Below header

ଯାଜପୁର: ବାଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖ ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଥାନା ଅନ୍ତର୍ଗତ ବାଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖ ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ମୃତ ଦେହଟି ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଯାଜପୁର ପୋଲିସକୁ ଖବର ଦେଇଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ ମାନସ ଚକ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।

ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରିନାହଁ । ତାଙ୍କ ବୟସ ୪୦ରୁ ୫୦ ବର୍ଷ ଭିତରେ ହେବ  ଓ ସେ ଫୁଲ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଗ୍ରାମବାସୀ ଏହି ଘଟଣାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଗୋଡ ବନ୍ଧାଯାଇଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.