ଜାଣନ୍ତୁ ଭିଟାମିନ ଡି କେତେ ପ୍ରକାର ଓ ଶରୀର ପାଇଁ ଏହାର ଫାଇଦା

ସୁସ୍ଥ ଶରୀର ପାଇଁ ଭିଟାମିନ ଡି ବହୁତ ଜରୁରୀ । ଭିଟାମିନ ଡି ମସ୍ତିସ୍କକୁ ସୁସ୍ଥ ରଖିବା ସହ ହାଡ଼ ମଜଭୁତ କରିଥାଏ । ଖାଲି ସେତିକି ନୁହେଁ କ୍ୟାନସର ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ହାଡ ସହ ମାଂଶପେଶୀକୁ ମଧ୍ୟ ମଜବୁତ କରିଥାଏ । ଏହାର ଅଭାବରେ ଶରୀର ଦୁର୍ବଳ ଲାଗିଥାଏ । କେହି କେହି ଡିପ୍ରେସନର ମଧ୍ୟ ଶିକାର ହୋଇଥାନ୍ତି । ଆଜି ଜାଣିବା କେତେ ପ୍ରକାର ଭିଟାମିନ ଡି ଓ ଏହାର ଫାଇଦା ଶରୀର ପାଇଁ କ’ଣ ।

ଭିଟାମିନ ଡି ୩ ର ସ୍ରୋତ (ମାଂସହାରୀଙ୍କ ପାଇଁ) :

ଭିଟାମିନ ଡି ୩ ପଶୁମାନଙ୍କ ଠାରୁ ମିଳିଥାଏ । ଯେପରି କି ଅଣ୍ଡା, ମାଛ, ମାଛ ତେଲ, ଦୁଧ, ଦହି, ଲହୁଣୀ ଓ ଦୁଗ୍ଧ ଜାତୀୟ ଦ୍ରବ୍ୟରୁ ମଳିଥାଏ ।

ଭିଟାମିନ୍‌ ଡି ୨ ର ସ୍ରୋତ (ଶାକାହାରୀଙ୍କ ପାଇଁ) :

ଏହା ବିଭିନ୍ନ ଗଛ ଲତାରୁ ମିଳିଥାଏ । ଏଥିପାଇଁ ଆପଣ ଖାଦ୍ୟରେ ଛତୁ(ମସରୁମ୍‌), ଓ ଟସ୍‌, ବାଦାମ, ସୋୟା ମିଲ୍କ, ସନ୍ତରା ଜୁସ, ଶସ୍ୟ ଜାତୀୟ ଖାଦ୍ୟ ଓ ଖରାରେ ହେଉଥିବା ଖାଦ୍ୟ ପଦାର୍ଥରେ ମିଳିଥାଏ । ସେହିପରି ସୂର୍ଯ୍ୟ ରଶ୍ମିରେ ଥିବା ଅଲଟ୍ରା ଭାୟୋଲେଟ୍‌ ରଶ୍ମି ଗଛ ଲତାରେ ଫଳୁଥିବା ଫଳ ପରିବାରେ ମିଶି ଭିଟାମିନ ଡି ୨ ସୃଷ୍ଟି କରିଥାଏ ।

ଭିଟାମିନ ଡି ର ମୁଖ୍ୟ ସ୍ରୋତ :

ଭିଟାମିନ ଡି ପାଇବାର ସବୁଠୁ ଭଲ ସ୍ରୋତ ହେଉଛି ସୂର୍ଯ୍ୟ କିରଣ । ଯେଉଁଥିରେ ଅଲଟ୍ରା ଭାୟୋଲେଟ୍‌ ରେ ରହିଥାଏ । ସୂର୍ଯ୍ୟ କିରଣ ଚର୍ମର ଡିହାଇଡ୍ରୋକୋଲେଷ୍ଟରାଲ ରେ ମିଶି ଭିଟାମିନ ଡି ୩ ତିଆରି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.