କୁଆଖାଇ ପରେ ବୈତରଣୀ ନଦୀ ପଠାରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଫେପଡା ଯାଇଥିବା ସନ୍ଦେହ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ବୈତରଣୀନଦୀର ସିଦ୍ଧେଶ୍ୱର ଘାଟ ନିକଟରୁ ଗୋଡ ହାତ ବନ୍ଧା ଯାଇଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକ ଜଣକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୋଲିସ ଘଟଣା ସ୍ତଳରେ ପହଞ୍ଚି ଶବକୁ ଜବଦ କରିବା ସହ ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଟାଉନ ଥାନା ଅଧୀନସ୍ଥ ବୈତରଣି ନଦୀର ସିଦ୍ଧେଶ୍ୱର ଘାଟ ନିକଟ ନଦି କୂଳରେ ଏକ ଯୁବକଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥଲେ ସ୍ଥାନୀୟ ଲୋକେ ।ମୃତ ଦେହ ଦେଖିବା ପରେ ସ୍ଥାନୀୟ ଟାଉନ ଥାନାକୁ ଖବର ଜଣାଇଥିଲେ । ଥାନାର ଭାରପ୍ରାପ୍ତ ଅଧିକାରୀ ମାନସ ରଞ୍ଜନ ଚକ୍ର ପହଞ୍ଚି ଶବଟିକୁ ନଦି ପଠାରୁ ଉଦ୍ଧାର କରିଥିଲେ । ମୃତ ଶବର  ହାତ ଗୋଡ଼ ବନ୍ଧା ଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.