Below header

ଓଲଟିଲା ପିକ୍ଅପ୍ ଭ୍ୟାନ୍: ୨ମୃତ, ୨୦ ଆହତ

ମୟୂରଭଞ୍ଜ(କେନ୍ୟୁଜ୍) : ରାସ୍ତାରେ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ଏଥିରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କହ୍ନେଇବନ୍ଧ-କୁଶଳଦା ଧାନଘେରା ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ୨ଜଣ ହେଲେ ଆରବନ୍ଧ ଗ୍ରାମର ଦ୍ରୌପଦୀ ଖଣ୍ଡେଇ ଓ ସୁଲୋଚନା ବିଶ୍ୱାଳ । ମକର ପର୍ବ ଅବସରରେ ବାଲେଶ୍ୱର ଆରବନ୍ଧ ଗ୍ରାମରୁ ବାଧୁଡି ସମ୍ପ୍ରଦାୟର କିଛି ଶ୍ରଦ୍ଧାଳୁ ମୟୂରଭଞ୍ଜ ଅଠର ଦେଉଳକୁ ଯାଉଥିଲେ ।

van

ଗାଡିଟି ଦୃତଗତିରେ ଥିବାରୁ ଭାରସାମ୍ୟ ହରାଇ ଧାନଘେରା ଛକ ନିକଟରେ ଓଲଟି ପଡିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଖଣ୍ଟା ଓ ଉଦଳା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବାରିପଦା ପିଏମଆର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣାରେ ଖୁଣ୍ଟା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.