ଜାଣନ୍ତୁ କେବେ ଓ କାହିଁକି ଦିନିକିଆ କ୍ରିକେଟର ପ୍ରଚଳନ ହେଲା ?

ପୁର୍ବରୁ ଟେଷ୍ଟ ମ୍ୟାଚ୍ ହେଉଥିବାବେଳେ କାହିଁକି ଦିନିକିଆ କ୍ରିକେଟର ପ୍ରଚଳନ ହେଲା ? ଏହି ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଆସୁଥିବ। ତେବେ ଏହି ପ୍ରଶ୍ନର ଉତ୍ତର ଆମେ ଏଠି ଆଲୋଚନା କରିବୁ। ୧୯୭୧ ମସିହା ଜାନୁଆରୀରେ ୫ରେ ପ୍ରଥମ ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଥିଲା। ମେଲବର୍ଣ୍ଣ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଦିନିକିଆରେ ପ୍ରତି ଦଳ ୪୦ ଓଭର ବୋଲିଂ କରୁଥିବା ବେଳେ ପ୍ରତି ଓଭରରେ ୮ଟି ବଲ ରହିଥିଲା।
୧୯୭୧ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେଶ ସିରିଜଟି ବର୍ଷା କାରଣରୁ ବାତିଲ ହୋଇଯାଇଥିଲା,ଫଳରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ କ୍ଷତି ସହିବାକୁ ପଡିଥିଲା। ତେବେ ଆଶେଶ ସିରିଜର ୫ମ ଦିନ ବର୍ଷା ଛାଡିବାରୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ କ୍ଷତି ଭରଣ ପାଇଁ ଯୋଜନା କରିଥିଲା।
ଫଳରେ ଇଂଲଣ୍ଡକୁ ରାଜି କରାଇ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଖେଳିବାକୁ ଆଗେଇ ଆସିଥିଲ। ଏହାଦ୍ବାରା ଅଧିକାଂଶ ଦର୍ଶକ ଷ୍ଟାଡିୟମକୁ ଆସିଥିଲେ ଏବଂ ପୂର୍ବରୁ କ୍ଷତିରେ ଚାଲିଥିବା କ୍ରିକେଟ ଅଷ୍ଟ୍ରେଲିଆର ଆୟ ବଢ଼ିଥିଲା।
ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୦ ଓଭର ପୂରା ଖେଳି ପାରି ନଥିଲା। ଦଳ ୩୯.୪ ଓଭରରେ ମାତ୍ର ୧୯୦ ରନ କରି ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୩୪.୬ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିନେଇଥିଲା। ଆଷ୍ଟ୍ରଲିଆ ପକ୍ଷରୁ ଇଆନ ଚାପେଲ ସର୍ବାଧିକ ୬୦ ରନ କରିଥିଲେ।