Below header

୬୧ତମ ବରିଷ୍ଠ ପୋଲିସ ଅଧିକାରୀ କର୍ମଶାଳା : ଫୋକସରେ ରାଜ୍ୟର ଆଇନ ଶୃଙ୍ଖଳା

ଭୁବନେଶ୍ବର (କେନ୍ୟୁଜ୍) : ଆଗାମୀ ସାଧାରଣ ନିର୍ବାଚନକୁ କିପରି ସୁରୁଖୁରୁରେ କରାଯାଇପାରିବ, ତାହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଭୁବନେଶ୍ୱର ପୋଲିସ ଭବନଠାରେ ୬୧ତମ ବରିଷ୍ଠ ପୋଲିସ ଅଧିକାରୀ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଅପରାଧ ନିୟନ୍ତ୍ରଣ, ମାଓ ମୁକାବିଲା, ବଡବଡ ଇଭେଣ୍ଟ ଆୟୋଜନ ବେଳେ ପୋଲିସର ଭୂମିକା ଓ ସାଇବର ଅପରାଧ ନିୟନ୍ତ୍ରଣ ଭଳି ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି ପୋଲିସ ଡିଜି ।

୩ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳରେ ଏସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । କର୍ମଶାଳାରେ ଯୋଗଦେଇଛନ୍ତି ସବୁ ଜିଲ୍ଲାର ଏସପି, ରେଞ୍ଜ ଆଇଜି, ଡିଆଇଜି, କଟକ-ଭୁବନେଶ୍ୱର ଡିସିପି, ପ୍ରଶିକ୍ଷଣରେ ଥିବା ଆଇପିଏସ ଅଫିସରଙ୍କ ସମେତ ହୋମଗାର୍ଡ, ଅଗ୍ନିଶମ ବିଭାଗ, ଭିଜିଲାନ୍ସ ବିଭାଗର ବହୁ ବରିଷ୍ଠ ଅଧିକାରୀ । ୧୯ରେ କର୍ମଶାଳାର ଉଦଯାପନୀ ଦିବସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.