ଚାହୁଁ ଚାହୁଁ ନଦୀ କୂଳର କୁକୁରକୁ ଭିଡିନେଲା ବିରାଟକାୟ ବଉଳାକୁମ୍ଭୀର, ଦୃଶ୍ୟ ଦେଖିବାକୁ ଲାଗିଲା ନାହିଁ ନଥିବା ଭିଡ଼

କେନ୍ୟୁଜ୍(ବ୍ୟୁରୋ): ଚାହୁଁ ଚାହୁଁ ମଲା କୁକୁରର ଶରୀରକୁ ଭିଡିନେଲ ବିରାଟକାୟ ବଉଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଫେରି ଘାଟ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏକ ବିରାଟ ବଉଳା କୁମ୍ଭୀର ନଦୀରେ ଭାସୁଥିବା ସମୟରେ କୂଳରେ ଲାଗିଥିବା ଏକ ମୃତ କୁକୁର କୁ ଖାଇବା ପାଇଁ ଝାମ୍ପି ନେଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ରାସ୍ତା ଉପରେ ଲୋକଙ୍କ ଭିଡ ଜମିଥିଲା । ଖାଦ ଓ ଖାଦକର ଅପୂର୍ବ ଦୃଶ୍ୟ ଲୋକମାନେଦେଖି ତାର ମଜା ନେଉଥିଲେ ମଧ୍ୟ ବିରାଟ କୁମ୍ଭୀରକୁ ଦେଖି ଲୋକେ ଭୟଭିତ ମଧ୍ୟ ହୋଇଥିଲେ ।