ଦୁଷ୍କର୍ମ ଉଦ୍ୟମ ପରେ ହାତରେ ଧରାଇ ଦିଆଗଲା ୫୦ ଟଙ୍କା, ଲୋକଲଜ୍ଜା ଭୟରେ ଫାଶି ଲଗାଇ ଆତ୍ମହତ୍ୟା କଲା ନାବାଳିକା 

ଘରେ ୨ ଝିଅଙ୍କୁ ଛାଡ଼ି ମା’, ବାପା ଜଣେ ସମ୍ପର୍କୀୟଙ୍କ ଘରକୁ ଶ୍ରାଦ୍ଧରେ ଯୋଗ ଦେବାକୁ ଯାଇଥିବା ବେଳେ ଏପଟେ ତାଙ୍କ ୧୫ ବର୍ଷର ଝିଅ ସହିତ ଦୁଷ୍କର୍ମ ଉଦ୍ୟମ ହୋଇଛି। ଯେତେବେଳେ ନାବାଳିକା ଜଣକ କାନ୍ଦିବାକୁ ଲାଗିଥିଲା, ସେତେବେଳେ ତା’ ହାତରେ ଧରାଇ ଦିଆଯାଇଥିଲା ୫୦ ଟଙ୍କା। ହେଲେ ଲୋକଲଜ୍ଜା ଭୟରେ ନାବାଳିକା ଜଣକ ନିଜ ଓଢଣୀରେ ହିଁ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ବିହାରର ଲଖିସରାୟ ଚାନନ ଥାନା ଅଞ୍ଚଳରେ।

ss

ସୂଚନା ମୁତାବକ, ଘରେ ଏକୁଟିଆ ନାବାଳିକାଙ୍କୁ ଦେଖି ପଡ଼ୋଶୀ ଯୁବକ ଜଣକ ତାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଘଟଣାଟି ୨୯ ସେପ୍ଟେମ୍ବରର। ମୃତାଙ୍କ ମା’ କହିଛନ୍ତି, ‘୨୯ ସେପ୍ଟେମ୍ବରରେ ଆମେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲୁ। ସେଠୁ ଯେତେବେଳେ ଫେରିଲୁ ଝିଅ ମୋତେ କହିଥିଲା କି, ରାଜା ତାକୁ ଘରକୁ ଡକାଇ ତା’ ସହିତ ଜୋର ଜବରଦସ୍ତ କରିଛି। ସେ କାନ୍ଦିବାରୁ ତା’ ହାତରେ ୫୦ ଟଙ୍କା ଦେଇ ଚୁପ ରହିବାକୁ କହିଥିଲା’।

ମୃତାଙ୍କ ମା’ ଆହୁରି କହିଥିଲେ ଯେ ‘ଝିଅ ମୋତେ ରାଜାକୁ ଯାଇ ମାରିବାକୁ କହିଥିଲା। ଆମେ ଯେତେବେଳେ ରାଜା ଘରକୁ ଗଲୁ, ତାଙ୍କ ମା’ କହିଥିଲେ ସେ ତାଙ୍କ ପୁଅକୁ ମାରିଛନ୍ତି। ଆଗକୁ ସେ ଏଭଳି କାମ ପୁଣି କେବେ କରିବନି। ହେଲେ ଏହି ସମୟରେ ମୋ ଝିଅ ଅନ୍ୟ ଏକ କୋଠରୀକୁ ଯାଇ ଫାଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା’।

sxs

ସେପଟେ ମୃତାଙ୍କ ବାପା ଏ ନେଇ ସମ୍ପୃକ୍ତ ଯୁବକ ଏବଂ ତାଙ୍କ ମା’ଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୋଲିସର କହିବା ହେଲା, ଜଣଙ୍କ ଜୀବନ ଚାଲିଯାଇଛି ଏବଂ ଏ ନେଇ ଅଭିଯୋଗ ବି ହୋଇଛି ତ ଗିରଫ ହେବାଟା ଥୟ।

You might also like