ପଶୁ ରକ୍ତ ବ୍ୟବହାର କରି ନୂଆ ତରିକାରେ ଆଇସିଏମଆର ବାହାର କଲା କରୋନା ଔଷଧ

କରୋନା ଭାଇରସର ପ୍ରକୋପ କମାଇବା ପାଇଁ ବିଶ୍ୱର ବିଭିନ୍ନ ବୈଜ୍ଞାନିକ ମାନେ ନୂଆ ନୂଆ ଟେକନିକ ଉପରେ ନିଜ ନିଜ ଗବେଷଣା ଜାରି ରଖିଛନ୍ତି ।ଶୀଘ୍ର ରୁ ଶୀଘ୍ର କେମିତି ଉପଯୁକ୍ତ ଭ୍ୟାକସିନ ଅବିସ୍କୃତ ହେବ ସେହି ଚେଷ୍ଟାରେ ଏବେ ବିଶ୍ୱର ଅନେକ ଦେଶ । କରୋନାକୁ ହରାଇବା ଦିଗରେ ଆଇସିଏମଆରକୁ ଏକ ସଫଳତା ମିଳିଥିବା ଜଣାଯାଇଛି । ହାଇଦରାବାଦ ସ୍ଥିତ ଏକ ଫାର୍ମା ବା ଔଷଧ କମ୍ପାନୀ “ବାୟୋଲୋଜି ଇ ଲିମିଟେଡ଼” ସହ ମିଶି କରୋନା ଚିକିତ୍ସାର ଏକ ନୂଆ ପ୍ରଣାଳୀ ଖୋଜି ବାହାର କରିଛନ୍ତି ଆଇସିଏମଆର ଏହି ଟିମ । ଏହି ଦୁଇ ସଂଗଠନ ମିଳିତ ଭାବରେ ଏକ “ପ୍ୟୁରିଫାଏଡ ଆଣ୍ଟିସେରୋ” ବିକଶିତ କରିଛନ୍ତି । ପ୍ରକୃତରେ ଏହି ଗବେଷକ ଟିମ ଏକ ପଶୁ ଶରୀରରେ ଏହାକୁ ବିକଶିତ କରିଛନ୍ତି । ସୂଚନା ଦେବା ଉଚିତ ହେବକି, ଆଣ୍ଟିସେରୋ ହେଉଛି ପଶୁଙ୍କ ରକ୍ତରୁ ସଂଗ୍ରହ କରାଯାଇଥିବା ଏକ ପ୍ରକାର ବ୍ଲଡ଼ ସିରମ ।

କୌଣସି ଏକ ଖାସ ଆଣ୍ଟିଜେନ ସହ ଲଢ଼ିବା ପାଇଁ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିବଡ଼ି ମହଜୂତ ଥାଏ । ଏହାକୁ ବିକଶିତ କରିଥିବା ଡାକ୍ତରଙ୍କ ଅନୁଯାୟୀ, କୌଣସି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଇଞ୍ଜେକ୍ସନ ମାଧ୍ୟମରେ ଏହି ସିରମ ଦିଆଯାଇପାରିବ । ବୈଜ୍ଞାନିକଙ୍କ ଅନୁଯାୟୀ ପରୀକ୍ଷଣରୁ ଜଣାଯାଇଛିଯେ ଏହି ସିରମ ପାଖାପାଖି ଶତ ପ୍ରତିଶତ ଫଳ ଦେଉଛି ଅର୍ଥାତ କୋଭିଡ ଭାଇରସକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଉଛି । କହିରଖିବା ଉଚିତ ହେବକି, ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେ ପାଖାପାଖି ପହଂଚିଲାଣି । ଯେବେକି ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ପାର ହେଲାଣି । ଯେବେକି ୫୩ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମଣ ମୁକ୍ତ ହେଲେଣି । ଅନ୍ୟପକ୍ଷରେ ବିଶ୍ବ ସ୍ଥିତି ଦେଖିଲେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ଲକ୍ଷ ପାର ହୋଇଗଲାଣି ।