ମନରେଗା ଯୋଜନାରେ ଅର୍ଥ ହରିଲୁଟ୍ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ବାଙ୍କି(କେନ୍ୟୁଜ) : ମନରେଗା ଯୋଜନାରେ ଅର୍ଥ ହରିଲୁଟ୍ ଅଭିଯୋଗରେ ଭିଜିଲାନ୍ସ କରୁଛି ଚଢ଼ାଉ । କଟକ ଜିଲ୍ଲା ବାଙ୍କି-ଡମପଡ଼ା ବ୍ଲକର କୁଶପଙ୍ଗି ପଞ୍ଚାୟତରେ ଆଜି ଖୋଳତାଡ କରିଛି ଭିଜିଲାନ୍ସର ୫ ଜଣିଆ ଟିମ୍ ।

କୁଶପଙ୍ଗି ପଞ୍ଚାୟତର ପାର୍କ, ଖେଳ ପଡିଆରେ ତଦନ୍ତ କରିଛନ୍ତି । ଅଭିଯୋଗ ହୋଇଛି ଏସବୁ କାମ ପାଇଁ ମନରେଗା ଯୋଜନାରେ ବିଲ କରି ଅର୍ଥ ଆତ୍ମସାତ କରାଯାଇଛି । ସେଠାରେ ମାପଚୁପ୍ କରିଛି ଭିଜିଲାନ୍ସ ଟିମ୍ ।

ମନରେଗା ଯୋଜନାରେ ଅର୍ଥ ହେରଫେର ନେଇ ପୂର୍ବରୁ ଜିଲ୍ଲାପାଳ ଓ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତଙ୍କ ଅଭିଯୋଗ ପରେ ଖୋଳତାଡ କରୁଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.