ସନ୍ଧ୍ୟାରେ ବନାନ୍ତୁ ମିକ୍ସ ଭେଜିଟେବଲ ନୁଡଲ କଟଲେଟ, ଥରେ ଖାଲେ ବାରମ୍ବାର ଖାଇବାକୁ ହେବ ମନ

ଥଣ୍ଡା ଥଣ୍ଡା ପାଗରେ ଗରମା ଗରମ ସ୍ନାକ୍ସ ମିଳିଗଲେ ତାର ମଜା କିଛି ଅଲଗା ପ୍ରକାର ହୋଇଥାଏ। ପିଲାମାନଙ୍କୁ ନୁଡଲ୍ସ ବହୁତ ପସନ୍ଦ ଆସିଥାଏ। ଏଥିରୁ ପ୍ରସ୍ତୁତ ବ୍ୟଞ୍ଜନ ମଧ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ମିକ୍ସ ଭେଜିଟେବଲ ନୁଡଲ୍ସ କଟଲେଟ ରେସିପି ନେଇ ଆସିଛୁ। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

କଟଲେଟ ବନାଇବା ପାଇଁ ସାମଗ୍ରୀ

  • ୧ କପ୍‌ ନୁଡୁଲ୍ସ (ସିଝା ଯାଇଥିବା)
  • ୧ କପ୍‌ ମିକ୍ସ ଭେଜିଟେବଲ
  • ଗୋଟେ ଆଳୁ (ସିଝା ହୋଇଥିବା)
  • ୨ ଟେବୁଲ ଚାମଚ ମଇଦା
  • ୧ ଚାମଚ ଚାଉଳ ଗୁଣ୍ଡ
  • ଲୁଣ ସ୍ୱାଦାନୁସାରେ
  • ଅଧା ଚାମଚ ଲାଲ ଲଙ୍କା ପାଉଡର
  • ଅଳ୍ପ ଧନିଆ ପତ୍ର
  • ଛାଣିବା ପାଇଁ ତେଲ
  • ୧୦-୧୨ଟି କାଜୁ
  • ରୋଲ୍‌ ବନାଇବା ପାଇଁ ସାମଗ୍ରୀ
  • ୩ ଚାମଚ ଚାମଚ ମଇଦା (୧/୪ କପ୍‌ ପାଣିରେ ଘୋଳ ବନାନ୍ତୁ)
  • ୩ଟି ବ୍ରେଡ ସ୍ଲାଇସର ଚୂରା

ପ୍ରସ୍ତୁତି ପ୍ରଣାଳୀ

  1. କଟଲେଟ ବନାଇବା ପାଇଁ ତେଲକୁ ଛାଡି ଅନ୍ୟ ସମସ୍ତ ସାମଗ୍ରୀକୁ ମିକ୍ସ କରିଦିଅନ୍ତୁ। ଏହି ମିଶ୍ରଣକୁ ମିଡିୟମ୍‌ ସାଇଜରେ କଟଲେଟ୍‌ ବନାନ୍ତୁ।
  2. କଟଲେଟକୁ ମଇଦା ଘୋଳରେ ବୁଡାଇ ବ୍ରେଡ୍‌ ଚୂରାରେ ଲଗାଇ ଦିଅନ୍ତୁ।
  3. ଏହାପରେ ୧୦-୧୫ ମିନିଟ୍‌ ପାଇଁ ଫ୍ରିଜରେ ରଖିଦିଅନ୍ତୁ।
  4. କାଜୁକୁ କଟଲେଟ ମଝିରେ ରଖି ଗରମ ତେଲରେ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ।
  5. ଏବେ ଆପଣଙ୍କର କଟଲେଟ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଟମାଟୋ ସସ୍‌ କିମ୍ବା ଗ୍ରୀନ୍‌ ଚଟଣୀ ସହିତ ସର୍ଭ କରିପାରିବେ।