ରାଉରକେଲା : ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ ଉପରେ ଆୟକର ବିଭାଗର ଚଢ଼ାଉ

ରାଉରକେଲା(କେନ୍ୟୁଜ) : ଆୟକର ବିଭାଗ ପକ୍ଷରୁ ରାଉରକେଲାର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ଉପରେ ଆରମ୍ଭ ହୋଇଛି ଚଢ଼ାଉ । ସୋମବାରଠାରୁ ଆରମ୍ଭ ହୋଇଛି ଏହି ଚଢାଉ। ପ୍ରାୟ ୨୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନର ଲିଙ୍କ୍ରେ ଥିବା ଲୋକଙ୍କ ବାସଭବନରେ ଚାଲିଥିବା ସୂଚନା ମିଳିଛି।

୨୦ରୁ ଅଧିକ ଆୟକର ବିଭାଗର ଅଧିକାରୀମାନେ ସ୍ୱତନ୍ତ୍ର ଟିମ୍ରେ ଏହି ଚଢ଼ାଉରେ ସାମିଲ ଅଛନ୍ତି। ରାଉରକେଲା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳରେ ଥିବା ଏକ ଶିଳ୍ପାନୁଷ୍ଠାନରେ ମଧ୍ୟ ଚଢ଼ାଉ କରାଯାଉଛି। ବଣାଇର ରିଲାୟବ୍ଲ ସ୍ପଞ୍ଜ କାରଖାନା ଉପରେ ଚଢ଼ାଉ ଚାଲିଛି।

ରାଉରକେଲାରେ ମାଲିକଙ୍କ ବାସଭବନ ,ନେକ୍ସା ଓ ଅନ୍ୟ ବ୍ୟସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି। ଯାଞ୍ଚ ସମୟରେ ଆୟକର ଫାଙ୍କି ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି। ଆୟକର ଫାଙ୍କି ଉପରେ ଏହି ରେଡ୍ ଚାଲିଥିବା ବେଳେ ସବିଶେଷ ବିବରଣୀ ମିଳିପାରିନାହିଁ। ଯାଞ୍ଚ କାର୍ଯ୍ୟ ସରିବା ପରେ କେତେ ପରିମାଣର ଆୟକର ଟିକସ ଫାଙ୍କି ହୋଇଛି ତାହା ଜଣାପଡିବ।

Leave A Reply

Your email address will not be published.