Below header

ବଲାଙ୍ଗିର: ପୁଣି ଭିଜିଲାନ୍ସ ଜାଲରେ କୋଟିପତି ବନ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତିର ହିସାବ କରୁଛି ଟିମ୍

ବଲାଙ୍ଗିର(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ କୋଟିପତି ବନ ଅଧିକାରୀ । ବଲାଙ୍ଗିର ମୁରିବାହାଲ ବନଖଣ୍ଡର ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଚାଲିଛି ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳ ୬ଟାରୁ ଏକ କାଳୀନ ତିନିଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍‌ ।

ମୁରିବାହାଲ ବନଖଣ୍ଡ ଅଫିସ, ସରକାରୀ ବାସ ଭବନ, ଟିଟିଲାଗଡ଼ ସହର ବେଲପଦର ଗାଁରେ ଥିବା ଫାର୍ମ ହାଉସ ସହ ଟିଟିଲାଗଡ଼ ବାସଭବନରେ ରେଡ୍‌ କରିଛି ଭିଜିଲାନ୍ସ । ନଗଦ ରାଶି ସହ କେତେ ପରିମାଣରେ ସୁନା ଅଳଙ୍କାର ରହିଛି ସେ ସବୁ ହିସାବ କିତାବ ଚଳାଇଛି ଭିଜିଲାନ୍ସ । ପୁରା ହିସାବ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.