ଭାଇରାଲ ହେଉଛି ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଯୋଗ କରୁଥିବା ଫଟୋ, ମିମ୍ସ କରି କେମିତି ୟୁଜର୍ସ ଟ୍ରୋଲ୍‌ କରୁଛନ୍ତି ଦେଖନ୍ତୁ

ଅନୁଷ୍କା ଶର୍ମା ଗର୍ଭାବସ୍ଥାରେ ଯୋଗ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଅନୁଷ୍କା ଏହି ଫଟୋ ସେୟାର କରିବାର କିଛି ସମୟ ଭିତରେ ସୋସିଆଲ ମିଡିଆ ୟୁଜର୍ସ ଏହାର ମିମ୍ସକୁ ଭାଇରାଲ କରିଦେଲେ। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲି ବି ନଜର ଆସୁଛନ୍ତି। କିନ୍ତୁ ଅନୁଷ୍କା ଜଣାଇଛନ୍ତି ଯେ ଏହା ତାଙ୍କର ପୁରୁଣା ଫଟୋ। ଏବେ ଅନୁଷ୍କାଙ୍କର ଏହି ଫଟୋକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ନିଜ ରିଆକସନ୍‌ ଦେଉଛନ୍ତି।

ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ଯେ, ‘ଏହି ଏକ୍ସରସାଇଜ୍‌ ସବୁଠାରୁ ମୁସକିଲ। ମୋ ଜୀବନରେ ଯୋଗ ବହୁତ ମହତ୍ତ୍ୱପୂର୍ଣ୍ଣ। ମୋ ଡାକ୍ତର ବି କହିଛନ୍ତି, ମୁଁ ସେହି ସବୁ ଯୋଗ କରିପାରିବି ଯାହା ପ୍ରେଗନାଣ୍ଟ ପୂର୍ବରୁ କରୁଥିଲି।(ଏହି ଯୋଗାସନ କରିପାରେ। ମୋ ସ୍ୱାମୀ ବି ମୋତେ ସାହାଯ୍ୟ କରୁଛନ୍ତି ମୋର ଏକ୍ସଟ୍ରା ସେଫ୍ଟି ପାଇଁ।’)


ଅନୁଷ୍କା ଏତେ ସବୁ ସ୍ପଷ୍ଟୀକରଣ କରିବା ପରେ ବି ଟ୍ରୋଲ୍‌ ତାଙ୍କ ପିଛା ଛାଡିଲାନି। ଟ୍ରୋଲର୍ସ ଗର୍ଭାବସ୍ଥାରେ ଶୀର୍ଷାସନକୁ ରିସ୍କ ବୋଲି ଜଣାଇଛନ୍ତି। ସେହିପରି ଆଉ କିଛି ଫ୍ୟାନ୍ସ ଏହାକୁ ସପୋର୍ଟ ବି କରିଛନ୍ତି। ଲୋକମାନେ ଅନୁଷ୍କାଙ୍କ ଏହି ଫଟୋକୁ ମିମ୍ସ କରି କଣ ରିଆକସନ୍‌ ଦେଇଛନ୍ତି ଦେଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.