ଛାତ ଉପରେ ଫାର୍ମିଙ୍ଗ୍‌, ଶିକ୍ଷୀତ ଯୁବକ ବନିଛନ୍ତି ଯୁବ ଚାଷୀ

ଛାତ ଉପରେ ଫାର୍ମିଙ୍ଗ୍‌। ଜଣେ ଶିକ୍ଷୀତ ଯୁବକ ବନିଛନ୍ତି ଯୁବ ଚାଷୀ। ଆଜି ଆମେ ଆପଣଙ୍କୁ ଜଣେ ଏମିତି ଯୁବ ଚାଷୀଙ୍କ ସହିତ ପରିଚିତ କରାଇବୁ । ଯିଏ ହାଇଦ୍ରାବାରେ ଚାକିରି ଛାଡି ଗାଁରେ କରୁଛନ୍ତି ଚାଷ। ଜଗତସିଂହପୁର ସଦରମହକୁମା ପୌରାଞ୍ଚଳର ସୂଜଙ୍ଗ ଗ୍ରାମ 6ନମ୍ବର ୱାର୍ଡର ନରୋତ୍ତମଃ ମହାନ୍ତି ଏବଂ କିରଣବାଳା ମହାନ୍ତିଙ୍କ ସାନ ପୁଅ ଆଶିଷ ମହାନ୍ତି ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଆଶିଷ କେମେଷ୍ଟ୍ରିରେ ପିଜି କରି ହାଇଦ୍ରାବାଦରେ ଏସିଆନ ପେଣ୍ଟରେ ପ୍ରଡକ୍ସନ ଅଫିସର ଭାବେ କାମ କରୁଥିଲେ। ସେଠାରେ ହାଇଡ୍ରୋପନିକ ଫାଂରର୍ମିଙ୍ଗ ଉପରେ ଏକ ଟ୍ରେନିଂ ନେବାପରେ ସେ ପ୍ରଥମେ ନିଜ ଘର ଛାତ ଉପରେ ଏହି ଫାର୍ମିଙ୍ଗ୍‌ ଆରମ୍ଭ କଲେ। ଏଥିରେ ସଫଳ ହେବା ପରେ ଚାକିର ଛାଡିନିଜ ବାଡ଼ିରେ 230 ସ୍କୋୟାର ମିଟରର ଫ୍ୟାନ ପ୍ୟାଡ଼ ପଲ୍ଲୀ ହାଉସ ନିର୍ମାଣକରୀ ଏବେ ଲିଫ ଭେଜିଟେବୁଲ ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ଓଡ଼ିଶI ରାଜ୍ୟରେ ପ୍ରଥମ। ଏଥିପାଇଁ ତାଙ୍କୁ ଋଣ କରିବାକୁ ପଡିଛି ଓ ସରକାରୀ ସବସିଡି ରହିଛି। ତେବେ ତାଙ୍କର ଏହି ଖାସ୍‌ ଉଦ୍ୟମକୁ ତାଙ୍କ ପରିବାର ଲୋକେ ବହୁତ ସପୋର୍ଟ କରୁଛନ୍ତି।

plantଏହି ଲିଫ ଭେଜିଟେବୁଲର ଏବେ ଚାହିଦା ରହିଛିି। ଏହାକୁ ପୂର୍ବରୁ ବାହାର ରାଜ୍ୟରୁ କିଣାଯାଉଥିଲା କିନ୍ତୁ ଏବେ ଆମ ରାଜ୍ୟରେ କରିବା ପାଇଁ ଉଦ୍ୟମ ଜାରିକରି ସଫଳ ହୋଇଛନ୍ତି ଆଶିଷ। ନିଜେ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଉଦାହରଣ ପାଲଟିଛନ୍ତି ଆଶିଷ। ଏଥିରେ ଲିଫ ଭେଜିଟେବୁଲରେ ଲାତୁଷ ,ସିଲେରୀ ,କେଲ ,ପକ୍ୱତାୟ,ବେଶିଲ,ଓ ଏକନୋଟିକ ଭେଜିଟେବୁଲରେ ବେଲପପରେ, ବ୍ରୋଜିଲ,ଓ ଚେରି ଟମାଟୋ ଆଦି ଚାଷକରି ଏହାକୁ ଅନଲାଇନରେ ବିକ୍ରୟ ସହିତ ଜଗତସିଂହପୁର ସମେତ କଟକ ,ଭୁବନେଶ୍ୱର ,ପୁରୀ ,କେଉଁଝର ,ରାଉଲକେଲା ଇତ୍ୟାଦି ସ୍ଥାନକୁ ଯୋଗାଉଛନ୍ତି।

ଏହି ଲିଫ ଭେଜିଟେବୁଲର ସ୍ୱତନ୍ତ୍ରତା ହେଉଛି କମ ଜାଗାରେ କମ ପାଣିରେ ବିନା କେମିକାଲରେ ବିନା ଫେଷ୍ଟିସାଇଡରେ ଏହି ଚାଷ କରାଯାଉଛି। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଛି। ଯୁବ ପିଢ଼ି ମାନେ ଚାକିରି ପଛରେ ଗୋଡାଉଥିବା ବେଳେ , ଚାକିରି ଛାଡି ଏଭଳି ଉନ୍ନତ ଚାଷ କରୁଛନ୍ତି ଆଶିଷ। ଏହି ଚାଷ କମ ତାପମାତ୍ରା ଥିବା ରାଜ୍ୟ ମାନଙ୍କରେ ହେଉଥିବା ବେଳେ ଉପକୂଳ ଓଡିଶା ରେ ଏହାକୁ ଆରମ୍ଭ କରି ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ଆଶିଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.