ଅଚାନକ ଆପଣଙ୍କ ପୋଷା ବିଲେଇ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଛି କି, ଘଟିପାରେ ବଡ଼ ଅଘଟଣ, ରହିଥାନ୍ତୁ ସତର୍କ !

ଆଜିକାଲି ଘରେ ଘରେ ବିଲେଇ ପାଳିବାର ସଉକ ବଢ଼ିବାରେ ଲାଗିଛି। ତନ୍ତ୍ର, ମନ୍ତ୍ର ସାଧନାରେ ବିଲେଇକୁ କଳା ଶକ୍ତିର ପ୍ରତୀକ ମାନି ପୂଜା କରାଯାଇଥାଏ। ବିଲେଇଙ୍କର ସମ୍ବନ୍ଧ ପିତୃପୁରୁଷଙ୍କ ସହିତ ବି ରହିଥିବା ବିଶ୍ୱାସ କରାଯାଏ। କିନ୍ତୁ କିଛି ଘରେ ବିଲେଇ ଆସିଲେ ତାହାକୁ ଅଶୁଭ ଭାବି ଘରୁ ତଡି ଦିଆଯାଇଥାଏ। ଜ୍ୟୋତିଷ ଏବଂ ବାସ୍ତୁ ଅନୁସାରେ ବିଲେଇ ବାରମ୍ବାର ଆସିବା ଅଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ବିଲେଇକୁ ନେଇ କ’ଣ ରହିଛି ଅଶୁଭ କଥା।

cat

୧. ନାରଦ ପୁରାଣ ଅନୁସାରେ, ଯେଉଁଠି ବିଲେଇ ଗୋଡ଼ରୁ ଧୂଳି ଉଡ଼ିଥାଏ, ସେଠି ସକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ।

୨. ଯେଉଁ ଘରେ ବିନା କାରଣରେ ବିଲେଇର ଯିବା ଆସିବା ଲାଗି ରହିଥାଏ, ସେହି ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ।

୩. ହଠାତ କେଉଁଆଡ଼ୁ ବିଲେଇ ଘର ଭିତରକୁ ପଶି ଆସିଲେ, ଘରର ସ୍ୱାମୀ ଅର୍ଥାତ ମୁଖିଆଙ୍କୁ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ଘରକୁ ବିଭିନ୍ନ ପ୍ରକାର ସମସ୍ୟା ଆସିବାରେ ଲାଗିଥାଏ।

cat2

୪. ଯଦି ଭୋଜନ କରିବା ସମୟରେ ବିଲେଇ ଆସି ଦେଖିବାକୁ ଲାଗେ, ତେବେ କଷ୍ଟ ହୋଇଥାଏ ଏବଂ ଘରେ ମଳ, ମୂତ୍ର ତ୍ୟାଗ କଲେ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ।

୫. କୁହାଯାଏ, ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ବିଲେଇର ୬ଟି ଇନ୍ଦ୍ରିୟ ଅଧିକ ସକ୍ରିୟ ହୋଇଥାଏ। ଏହି କାରଣରୁ ଭବିଷ୍ୟତରେ ହେବାକୁ ଥିବା କୌଣସି ବି ଅଶୁଭ ଘଟଣା ବିଷୟରେ ବିଲେଇ ଜାଣିପାରିଥାଏ। ଏମିତି ସ୍ଥିତିରେ ବିଲେଇ ସ୍ଥାନ ପରିବର୍ତ୍ତନ କରି ଅନ୍ୟ ସ୍ଥାନକୁ ପଳାୟନ କରିଥାଏ।

୬. ଯେଉଁ ଲୋକ ଘରେ ବିଲେଇ ପାଳିଥାନ୍ତି, ସେମାନଙ୍କୁ ଗୋଟିଏ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଯେ ଯଦି ତାଙ୍କ ପୋଷା ବିଲେଇ ଘର ଛାଡ଼ି ଅଚାନକ କେଉଁଆଡ଼େ ଚାଲିଯାଏ, ତ ଏହା ଭବିଷ୍ୟତରେ ହେବାକୁ ଥିବା କୌଣସି ଅଶୁଭ ଘଟଣାର ସଙ୍କେତ ଦେଇଥାଏ।

cat3

୭. ଯଦି ବିଲେଇ ପାଳିବା କିମ୍ବା ଘରକୁ ବିଲେଇର ଯିବା, ଆସିବା ଦ୍ୱାରା କୌଣସି ଅଶୁଭ ସଙ୍କେତ ନଜର ଆସୁଛି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଭଗବାନ ସତ୍ୟନାରାୟଣଙ୍କ ପୂଜା ଏବଂ ଯଜ୍ଞ ଆଦି ଆୟୋଜନ କରିବା ଉଚିତ।

୮. ଅଶ୍ୱତଥ ବୃକ୍ଷରେ ଜଳ ଲାଗି କଲେ ଏବଂ ଦୀପ ପ୍ରଜ୍ବଳନ କଲେ ବିଲେଇ ଯୋଗୁ ହେଉଥିବା ଅଶୁଭ ପରିଣାମରୁ ଛୁଟକାରା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.