Below header

ଯୁବତୀ ଅନଲାଇନରେ ଅର୍ଡର କଲେ ଖାଦ୍ୟ, କିନ୍ତୁ ପାର୍ସଲ ଦେବାକୁ ପହଁଚିଲେ ୪୨ ଜଣ ଡେଲିଭରୀ ବୟ

ଆଜିକାଲି ସବୁକିଛି ଅନଲାଇନ ଦ୍ୱାରା ଚାଲୁଛି। ଅନଲାଇନରେ ଆପଣ କହିବାକୁ ଗଲେ ଆପଣ ସବୁକିଛି ପାଇପାରିବେ। ଯାହା ଖୋଜିବେ ତାହା ପାଇବେ। ପୋଷାକ ଏବଂ ଗ୍ରୋସରୀ ତ ଅର୍ଡର ହେଉଥିଲା, କିନ୍ତୁ ଏଣିକି ଅନଲାଇନ୍‌ ମାଧ୍ୟମରେ ରନ୍ଧା ଖାଦ୍ୟ ମଧ୍ୟ ମିଳିଯାଉଛି। ଲୋକେ ଘରେ ବସି ଯାହା ଖାଇବାକୁ ଇଚ୍ଛା କରୁଛନ୍ତି ତାହା ପାଇଯାଉଛନ୍ତି। ତେବେ ଫିଲିପିନ୍ସରେ ଅନଲାଇନ୍‌ ଅର୍ଡରକୁ ନେଇ ଏମିତି ଏକ ଘଟଣା ଘଟିଯାଇଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ନ ହୋଇରହିପାରିବେନି।

orderଏଠାରେ ଜଣେ ଯୁବତୀ ଖାଦ୍ୟ ଅର୍ଡର କଲେ, ଖାଦ୍ୟ ତ ଆସିଲା କିନ୍ତୁ ଡେଲିଭରୀ ବେଳକୁ ହେଲା ସମସ୍ୟା। ଯୁବତୀ ଯେତେବେଳେ ଅର୍ଡର କରିଥିବା ଖାଦ୍ୟର ପାର୍ସଲକୁ ଆଣିବାକୁ ଗଲେ ସେତେବେଳେ ବାହାରେ ଛିଡା ହୋଇଥିଲେ ୪୨ ଜଣ ଡେଲିଭରୀ ବୟ।

ସୂଚନା ଅନୁଯାୟୀ ଜଣେ ଯୁବତୀ ଲଞ୍ଚ୍‌ ପାଇଁ ଅନଲାଇନରେ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ଦେଖୁ ଦେଖୁ ୪୨ ଜଣ ଡେଲିଭରୀ ବୟ ଯୁବତୀଙ୍କ ଘର ବାହାରେ ପାର୍ସଲ ଦେବା ପାଇଁ ଛିଡା ହୋଇଥିଲେ। ଏତେ ଜଣ ଡେଲିଭରୀ ବୟଙ୍କୁ ଘର ବାହାରେ ଜମା ହୋଇଥିବାର ଦେଖି ଯୁବତୀ ବି କନଫ୍ୟୁଜ୍‌ ହୋଇଗଲେ। ତେବେ ଯାହା ଜଣାପଡିଛି ଟେକିନିକାଲ ଗଡବଡ ପାଇଁ ହୋଇଛି। ଏହି ଘଟଣାର ପୂରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.