ଭିଜାଲନ୍‌ସ ଜାଲରେ ଫସିଲେ SI, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ SI ଜନ୍ମେଞ୍ଜୟ ମଲ୍ଲିକଙ୍କ ଘରେ ରେଡ୍‌

କଟକ(କେନ୍ୟୁଜ୍):  ଭିଜାଲନ୍‌ସ ଜାଲରେ ଫସିଲେ SI। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ SI ଜନ୍ମେଞ୍ଜୟ ମଲ୍ଲିକଙ୍କ ଘରେ ରେଡ୍‌ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ। ଜନ୍ମେଞ୍ଜୟଙ୍କ ତୁଳସୀପୁର ଓ ଚହଟାସ୍ଥିତ ଘରେ ଚଢାଉ ଜାରି ରହିଛି। ପଟ୍ଟାମୁଣ୍ଡାଇ ଅଣ୍ଡରା ସ୍ଥିତ ବାସଭବନ ଓ କଟକ ସ୍ଥିିତ ଅଫିସରେ ମଧ୍ୟ ରେଡ୍‌ ହୋଇଛି। ଭିଜିଲାନ୍‌ସର ଏକ ୫ଜଣିଆ ଟିମ୍‌ ପକ୍ଷରୁ ଏହି ରେଡ୍‌ କରାଯାଉଛି। ପଟ୍ଟାମୁଣ୍ଡାଇ ଅଣ୍ଡରା ସ୍ଥିତ ବାସଭବନରୁ ସୁନା, ଅଳଙ୍କାର ସହ ନଗଦ ଟଙ୍କା , ଏକ ମୋଟର ସାଇକେଲ୍‌ ଓ ପୁଅ ନାଁରେ ଥିବା ବସ୍‌କୁ ଜବତ କରାଯାଇଛି। କଟକ ହେଡ଼୍‍ ଅଫିସରେ କାର୍ଯ୍ୟରତ ଅଛନ୍ତି ଜନ୍ମେଞ୍ଜୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.