ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ ଓ ତ୍ରିପୁରାରେ ଜଳୁଛି ନିଆଁ, ଅସ୍ମିତା ସୁରକ୍ଷିତ ରହିବ ବୋଲି ଟ୍ଵିଟ ଯୋଗେ କହିଲେ ମୋଦି

କେନ୍ୟୁଜ୍(ବ୍ୟୁରୋ): ସଂସଦରେ ଗୃହୀତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ସେପଟେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ତେଜୁଛି ବିରୋଧର ସ୍ୱର। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ବିଶେଷକରି ଆସାମ ଓ ତ୍ରିପୁରାରେ ଜଳୁଛି ନିଆଁ। ଜୀବନ ଓ ଜୀବିକା ପ୍ରତି ବିପଦ ଆଶଂକାରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ବିଲ୍‌ ପ୍ରତ୍ୟାହାର ଦାବି ଜୀବନଯାତ୍ରାକୁ ଠପ୍‌ କରି ଦେଇଛି। ଆରମ୍ଭ ହୋଇ ଯାଇଛି ହିଂସାକାଣ୍ଡ। ସ୍ଥିତି ଅଣାୟତ୍ତ ଆଡକୁ ଆସୁଥିବା ଦେଖି ଆସାମ ଓ ତ୍ରିପୁରାରେ ଅର୍ଦ୍ଧ ସାମରିକ ବାହିନୀ ସହ ସେନା ମୁତୟନ କରାଯାଇଛି। ଦୁଇ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ଗୁଆହାଟୀରେ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଲାଗୁ ହୋଇଛି। ଦୋକାନବଜାର ସହ ବ୍ୟାଙ୍କ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି। ବିମାନ ସେବା ପ୍ରଭାଭିତ ହୋଇଛି।

Image result for assam on cab

ଗୌହାଟି, ଦ୍ରିବୁଗଡ଼କୁ ସମସ୍ତ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଛି। ଦିବ୍ରୁଗଡ଼ରେ ଆରଏସଏସର କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ। ଆସାମର ଛାବୁଆ, ପାଣିତୋଳା ରେଳଷ୍ଟେସନରେ ନିଆଁ ଲଗାଇ ବିଲକୁ ବିରୋଧକରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ବସ ଓ ସରକାରୀ କାର୍ଯ୍ୟାଳୟ ଭଙ୍ଗାରୁଜା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ ଓ କିଛି ବିଜେପି ନେତାଙ୍କ ବାସଭବନ ଆଗରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ସିଏବି ବିରୋଧରେ ପ୍ରବଳ ନାରାବାଜୀ କରିଛନ୍ତି। ସେପଟେ ଆଜି ସିଏବି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗମା। ସେପଟେ ସିଏବି ନେଇ ଆସାମବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଗରିକ ସଂଶୋଧନ ବିଲ ଦ୍ୱାରା ସ୍ଥାନୀୟ ଅଧିବାସୀଙ୍କ ନ୍ୟାର୍ଯ୍ୟ କୌଣସି ପ୍ରକାରେ କ୍ଷୁର୍ଣ୍ଣ ହେବ ନାହିଁ ବୋଲି କହିଛନ୍ତି। ସେମାନଙ୍କ ଅଧିକାର ଓ ଅସ୍ମିତା ନେଇ ସଂପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଟ୍ଵିଟ ଯୋଗେ କହିଛନ୍ତି ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.