Below header

ଭଦ୍ରକ: ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବକଙ୍କ ବ୍ଲାକ ମେଲିଂ ଉଦ୍ୟମ,ଗ୍ରାମବାସୀ ଅଟକ ରଖି ପୋଲିସର ଜିମା ଦେଲେ

ଭଦ୍ରକ(କେନ୍ୟୁଜ୍): ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବକଙ୍କ ବ୍ଲାକ ମେଲିଂ ଉଦ୍ୟମ। ପରେ ଯୁବତୀଙ୍କ ଗାଁକୁ ଆସି ଫୋନରେ ଅଶ୍ଳୀଳ ମେସେଜ ପଠାଇ ଗ୍ରାମବାସୀଙ୍କ ଦ୍ୱାରା ଯୁବକ ଅଟକ। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କଟସାହି ପଞ୍ଚାୟତରେ ବିଫଳ ପ୍ରେମିକକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ସନ୍ତୋଷ ସେଠୀ ନାମକ ଯୁବକ ନିଜ ପରିଚୟ ଲୁଚାଇ ଛଦ୍ମ ନାମରେ ଭଦ୍ରକ ଜିଲ୍ଲର ଧୂଷୁରୀ ଥାନା କଟସାହି ପଂଚାୟତ ଜଣେ ଝିଅକୁ ଏକ ତରଫା ପ୍ରେମ ନିବେଦନ କରି ବ୍ଲାକ ମେଲିଙ୍ଗ କରୁଥିଲେ।  ପରେ ଏହି ଘଟଣା ଜଣା ପଡିବା ପରେ ଯୁବକ ଜଣଙ୍କର ପରିବାର ଲୋକେ ଭୁଲ ସ୍ବିକାର କରି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି କହିଥିଲେ।

ତଥାପି ସନ୍ତୋଷ ଏଥିରୁ ବିରତ ହୋଇ ନଥିଲେ। ପୁଣି ସେ ଯୁବତୀ ଜଣଙ୍କ ଫୋଟୋରେ ବିଭିନ୍ନ  ଅଶ୍ଲିଳ ଶବ୍ଦ ବ୍ୟବହାର କରି ବ୍ଲାକ ମେଲିଙ୍ଗ କରିଥିଲେ।  ଏପରିକି ଆଜି ସନ୍ତୋଷ କଟସାହି ଆସି ଯୁବତୀ ଜଣଙ୍କୁ ବାରମ୍ବାର ଫୋନ କରୁଥିବା ଖବର ପାଇ ଗ୍ରାମ ବାସି ମାନେ ଯୁବକ ଜଣଙ୍କୁ କାବୁ କରିବା ସହିତ ତାଙ୍କ ମୋଟର ସାଇକେଲକୁ ମଧ୍ୟ ଅଟକାଇ ପଂଚାୟତ ଅଫିସରେ ଜିମା ଦେଇଥିଲେ। ଦୀର୍ଘ ସମୟ ପଂଚାୟତ ଅଫିସରେ ରହିବା ପରେ ଯୁବକ ଜଣଙ୍କୁ ଧୂଷୁରୀ ଥାନାରେ ଜିମା ଦିଆଯାଇଛି। ପୂର୍ବରୁ ସନ୍ତୋଷ ନାମରେ ଥାନାରେ ଅଭିଯୋଗ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.