ଭଗବାନ ଶିବଙ୍କ ତପୋସ୍ଥଳ : ଏଠାରେ ଆଜି ବି ବୃକ୍ଷ ରୂପରେ ମା’ ପାର୍ବତୀଙ୍କ ସହ ପୂଜା ପାଆନ୍ତି ମହାଦେବ

ପୂରାଣରେ କୁହାଯାଇଛି, ଯଦି କେହି ବୈଦନାଥ ଜ୍ୟୋତିର୍ଲିଙ୍ଗ ଯାଇ ପାରୁ ନାହାଁନ୍ତି କିମ୍ବା ଶଙ୍କରଙ୍କ ପ୍ରିୟ କାଶୀ ଓ ହରିଦ୍ୱାର ଯାଇ ପାରୁନାହାଁନ୍ତି ତେବେ ଯୋଗେଶ୍ୱର ଧାମ ନିଶ୍ଚୟ ଥରେ ଦର୍ଶନ କରନ୍ତୁ । ବିଶ୍ୱରେ ପ୍ରଥମ ଶିବ ଲିଙ୍ଗ ଏହି ଠାରେ ଥିବା ମାନ୍ୟତା ଅଛି ।  ଏହାଦ୍ୱାରା ସବୁ ତୀର୍ଥର ପୂଣ୍ୟ ଫଳ ମଧ୍ୟ ମିଳିଥାଏ ।

jageswar dham-1

ସନାତନ ଧର୍ମରେ ଭଗବାନ ଶିବଙ୍କୁ ସଂହାର ଦେବତା ଭାବେ ମାନ୍ୟତା ରହିଛି । ଭଗବାନ ଶିବଙ୍କ ବାସ ସ୍ଥଳୀ କୈଳାସ କୁହାଯାଉଥବା ବେଳେ ତପୋସ୍ଥଳୀ ଆଜି ମଧ୍ୟ ଦେବଭୂମୀ ଉତ୍ତରାଞ୍ଚଳରେ ରହିଛି । ଯାହାର ନାମ ରଖାଯାଇଛି ଯୋଗେଶ୍ୱର ଧାମ । ଏହି ସ୍ଥାନର ମହତ୍ତ୍ୱ ରହିଛି ଯେ ଏଠାରେ ଯେ କେହି ବ୍ୟକ୍ତି ମାନସିକ ରଖେ ତା’ର ମନସ୍କାମନା ତତ୍‌କ୍ଷଣ ପୂର୍ଣ୍ଣ ହୋଇଥାଏ । ତେଣୁ ଏଠାରୁ ମିଳିଥିବା ଆଶିର୍ବାଦର କେହି ଯେପରି ଭୂଲ୍‌ ପ୍ରୟୋଗ ନକରେ ସେଥିପାଇଁ ଆଦି ଶଙ୍କରାଚାର୍ଯ୍ୟ ଏହି ସ୍ଥାନକୁ ଅଭିମନ୍ତ୍ରିତ କରିଥିଲେ । ଯଦ୍ୱାରା କେବଳ ମଙ୍ଗଳକାରୀ ମନୋକାମନା ହିଁ ପୂର୍ଣ୍ଣ ହୋଇଥାଏ ।

Jageshwar-dham-4

ଯୋଗେଶ୍ୱର ଧାମର ମାନ୍ୟତା ଅଛି ଯେ ଏଠାରେ ପ୍ରଥମ ଥର ପାଇଁ ବୃକ୍ଷ ଲିଙ୍ଗ ରୂପରେ ପୂଜା ପାଇଥାନ୍ତି । ମାନ୍ୟତା ରହିଛି ଯେ ଭଗବାନ ଶିବଙ୍କ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଏକ ପୂଣ୍ୟ ସ୍ଥାନ ଅଟେ । ଦେବ ଭୂମି ଉତ୍ତରାଖଣ୍ଡର ଅଲ୍‌ମୋଡା ନଗର ପୂର୍ବ ପଟେ ଥିବା ପେଥୋରାଗଡ଼ ରାଜପଥର ୩୬ କଲୋମିଟର ଦୂରରେ ଯୋଗେଶ୍ୱର ଧାମ ଅବସ୍ଥିତ । ଏହି ଧାମ ଭୂମି ପତ୍ତନ ଠାରୁ ପ୍ରାୟ ୧୮୭୦ ମିଟର ଉଚ୍ଚରେ ରହିଛି ।

Jageshwar-dham-5

ଏଠାରେ ପାର୍ବତୀଙ୍କ ସହ ମହାଦେବ ବିରାଜମାନ କରିଥାନ୍ତି :

ମାନ୍ୟତା ରହିଛି ଏଠାରେ ମହାଦେବ ଆଜ ବି ମା’ ପାର୍ବତୀଙ୍କ ସହ ବୃକ୍ଷ ରୂପରେ ବିଦ୍ୟମାନ ଅଛନ୍ତି । ଗହଳ ଦେବଦାରୁ ବୃକ୍ଷରେ ଘେରା ଏହି ଘାଟି ଏକ ମନୋହର ତୀର୍ଥସ୍ଥଳୀ ଭାବେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରେ । ମହାଦେବ ଶିବ ଓ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଏଠାରେ ଦୁଇ ଶାଖା ବିଶିଷ୍ଟ ଦେବଦାରୁ ବୃକ୍ଷ ରୂପରେ ପୂଜା ପାଇଥାନ୍ତି । ଏହି ବୃକ୍ଷ ବହୁ ପ୍ରାଚୀନ ବୋଲି ମାନ୍ୟତା ରହିଛି । ଏଠାରେ ଥିବା ଦୁଇଟି ପ୍ରମୁଖ ମନ୍ଦିର ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର ଓ ମହାମୃତ୍ୟୁଞ୍ଜୟ ମନ୍ଦିର ।

Jageshwar-Dham-2

ଯୋଗେଶ୍ୱର ପୀଠରେ ପ୍ରାୟ ୨୫୦ ଛୋଟବଡ଼ ମନ୍ଦିର ରହିଛି । ତେବେ ସେଥିମଧ୍ୟରୁ ୧୨୪ ମନ୍ଦିର ହେଉଛି ସବୁଠୁ ପ୍ରାଚୀନ । ଯେଉଁଥିରେ କେବଳ ୧୦୮ ମନ୍ଦିର ଭଗବାନ ଶିବଙ୍କର ଓ ୧୬ ମନ୍ଦିର ଅନ୍ୟ ଦେବଦେବୀଙ୍କୁ ସମର୍ପିତ ଅଟେ । ଏଠାରେ ଥିବା ନାଗେଶ୍ୱର ଶିବ ଲିଙ୍ଗ ପ୍ରଥମ ଜ୍ୟୋର୍ତି ଲିଙ୍ଗ ଭାବେ ପ୍ରସିଦ୍ଧି ପାଇଛି ।

ମାନ୍ୟତା ରହିଛି ଶ୍ରୀରାମଙ୍କ ପୁତ୍ର ଲବ-କୁଶ ଅଜ୍ଞାନତାବଶତଃ ପିତାଙ୍କ ସହ ଯୁଦ୍ଧ କରିଥିବାରୁ ପ୍ରାୟଶ୍ଚିତ ପାଇଁ ଏହି ଧାମରେ ଯଜ୍ଞ କରିଥିଲେ । ଏଠାରେ ଥିବା ମନ୍ଦିରର ନିର୍ମାଣ ପ୍ରାୟ ୨ ହଜାର ବର୍ଷ ପୂରୁଣା ବୋଲି କୁହାଯାଏ । ହେଲେ ପୁରାତତ୍ତ୍ୱବିତ୍‌ ଏହାକୁ ୭ମ କିମ୍ବା ୧୪ ଶତାବ୍ଦୀର ବୋଲି କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.