Below header

ଜାନୁଆରୀରେ ନୁହେଁ, ଆଗାମୀ ସପ୍ତାହରେ ହେବ‘ବିଗବସ୍‌ ୧୪’ଗ୍ରାଣ୍ଡ୍‌ ଫିନାଲେ; ଘୋଷଣା କଲେ ହୋଷ୍ଟ ସଲମାନ୍‌ ଖାନ୍‌

ଟିଭିର ସବୁଠୁ ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ରେ ଚଳିତଥର ଅନେକ ଥର ସିନ୍‌ ପଲଟିଛି। ଗୋଟିଏ ପରେ ଗୋଟିଏ ଟ୍ଵିଷ୍ଟ ନେଇ ଆସୁଥିବା ବିଗ୍‌ବସ୍‌ ଫ୍ୟାନ୍‌ ଓ ପ୍ରତିଯୋଗୀଙ୍କୁ ପୁଣିଥରେ ଝଟ୍‌କା ଦେଇଛି। ଶନିବାରର ‘ଓ୍ଵିକ୍‌ ଏଣ୍ଡ କା ଓ୍ଵାର’ରେ ସଲମାନ୍‌ ଖାନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବା ଭଳି ଘୋଷଣା କରିଛନ୍ତି। ସଲମାନ୍‌ କହିଛନ୍ତି ଜାନୁଆରୀ ପ୍ରଥମ ସପ୍ତାହରେ ନୁହେଁ, ବରଂ ଡିସେମ୍ବର ପ୍ରଥମ ସପ୍ତାହରେ ବିଗ୍‌ବସ୍‌ର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ।

 

View this post on Instagram

 

A post shared by Bigg Boss Khabri 💥 (@mr_khabri)

ସଲମାନ୍‌ଙ୍କ ଏହି ଘୋଷଣା ପରେ ସମସ୍ତ ଭାବିଥିଲେ ଯେ ସେ ମଜାକ୍‌ କରୁଛନ୍ତି। କିନ୍ତୁ ସଲମାନ୍‌ ସ୍ପଷ୍ଟ କରିଥିଲେ, ଯେ ଏହା ମଜା ନୁହେଁ ବରଂ ସତ। ସେତେବେଳେ ନିକି ତମ୍ବୋଲି କହିଥିଲେ, କିନ୍ତୁ ଜାନୁଆରୀ ୨୦୨୧ରେ ତ ଗ୍ରାଣ୍ଡ୍‌ ଫିନାଲେ ହେବାର ଥିଲା। ମାତ୍ର ସଲମାନ୍‌ କହିଲେ ନା’ ଆସନ୍ତା ସପ୍ତାହରେ ଗ୍ରାଣ୍ଡ୍‌ ଫିନାଲେ ହେବ। ଗ୍ରାଣ୍ଡ୍‌ ଫିନାଲେ ପାଇଁ ମାତ୍ର ୪ ଜଣ ହିଁ ରହିବେ। ଅନ୍ୟମାନେ ବିଦା ହେବେ।

ସୂଚନାଯୋଗ୍ୟ ଯେ ଏବେ ଏଜାଜ୍‌ ଖାନ୍‌ ଓ ନିକି ତମ୍ବୋଲିଙ୍କୁ ଛାଡ଼ି ଘରର ସମସ୍ତ ସଦସ୍ୟ ନୋମିନେଟେଡ୍‌ ଅଛନ୍ତି। ଏଥିରେ ରୁବିନା ଦିଲେକ୍‌, କବିତା କୌଶିକ, ରାହୁଲ ବୈଦ, ଜସ୍ମିନ୍‌ ଭସିନ୍‌, ଅଲ୍ଲୀ ଗୋନି, ଅଭିନବ ଶୁକ୍ଳା ଓ ପବିତ୍ରା ପୁନିଆଙ୍କ ନାଁ ଅଛି। ରିପୋର୍ଟ ମୁତାବକ, ଚଳିତ ସପ୍ତାହରେ ପବିତ୍ରା ପୁନିଆ ଘରୁ ବିଦା ହେବେ। ତାଙ୍କୁ ସବୁଠୁ କମ୍‌ ଭୋଟ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.