ବିବାହ ପରେ କଣ୍ଢେଇ ସହ ସହବାସ କରୁଛନ୍ତି ଏହି ବଡି ବିଲ୍ଡର, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମ କରୁଥିବା ବ୍ୟକ୍ତି ଜାଣିପାରେନି ଠିକ୍‌ କ’ଣ ଭୁଲ କ’ଣ। ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ତା’ ପ୍ରେମିକା ହେଉଛି ଦୁନିଆର ସବୁଠୁ ସୁନ୍ଦର ଝିଅ। ତା’ଠୁ ଭଲ ଆଉ ଏହି ଦୁନିଆରେ କେହି ନାହିଁ। ଏଣୁ ପ୍ରେମରେ ପଡ଼ିଲେ ମଣିଷ ବେଳେ ବେଳେ ଏମିତି କାମ କରେ, ଯାହା ଅନ୍ୟମାନଙ୍କୁ ହତବାକ୍‌ କରିଦିଏ। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି କଜାକିସ୍ତାନରେ।

କଜାକିସ୍ତାନର ୟୁରି ଟୋଲୋସ୍କୋ ନାମକ ଜଣେ ବଡି ବିଲ୍ଡର ଏକ କଣ୍ଢେଇକୁ ବିବାହ କରିଛନ୍ତି। କେବଳ ବିବାହ କରିନାହାନ୍ତି, ସେ କଣ୍ଢେଇ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ୟୁରି ଏହି କଣ୍ଢେଇର ନାଁ ରଖିଛନ୍ତି ମାର୍ଗୋ। ବର୍ଷେ ତଳେ ସେ ମାର୍ଗୋକୁ ପ୍ରପୋଜ୍‌ କରିଥିଲେ। ବିବାହ ବେଳର ଭିଡିଓକୁ ୟୁରି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ବେଶ୍‌ ଭାଇରାଲ ହୋଇଛି।

ରିପୋର୍ଟ ମୁତାବକ ୟୁରି, ତାଙ୍କ କଣ୍ଢେଇ ମାର୍ଗୋ ସହ ମାର୍ଚ୍ଚ ମାସରେ ବିବାହ କରିବାକୁ ଯୋଜନା କରିଥିଲେ। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏହାକୁ ଘୁଞ୍ଚାଇବାକୁ ପଡ଼ିଥିଲା। ନିକଟରେ ସବୁ କିଛି ସ୍ୱାଭାବିକ୍‌ ହେବା ପରେ ସେ ମାର୍ଗୋକୁ ନିଜ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ୟୁରି ସବୁବେଳେ ମାର୍ଗୋକୁ ନିଜ ସହ ରଖିଥାନ୍ତି। ସେ ଜିମ୍‌ ଯିବା ବେଳେ, ରୋଷେଇ କରିବା ବେଳେ, ଯୋଗ କରିବା ବେଳେ ଏମିତି କି ପାର୍ଟିକୁ ଯିବା ବେଳେ ମଧ୍ୟ ମାର୍ଗୋଙ୍କୁ ନିଜ ସହ ନେଇଯାଇଥାନ୍ତି।


ୟୁରି କହିଛନ୍ତି ସେ ଯେତେବେଳେ ପ୍ରଥମେ ଏହି ସେକ୍ସ ଡଲ୍‌କୁ ଦେଖିଲେ, ସେହି ମୁହୂର୍ତ୍ତରେ ହିଁ ତାକୁ ଭଲ ପାଇ ବସିଥିଲେ। ସେ ମନେ ମନେ ଏହାକୁ ବିବାହ କରିବାକୁ ଚିନ୍ତା କରିଥିଲେ। ପରେ ଘର ଲୋକଙ୍କୁ କଣ୍ଢେଇର ଫଟୋ ଦେଖାଇଥିଲେ। ମାତ୍ର ସେମାନଙ୍କୁ କଣ୍ଢେଇର ଚେହେରା ପସନ୍ଦ ଆସିନଥିଲା। ଏହା ପରେ ସେ କଣ୍ଢେଇର ପ୍ଲାଷ୍ଟିକ୍‌ ସର୍ଜରୀ ମଧ୍ୟ କରାଇଥିଲେ। ତା’ପରେ ଘର ଲୋକ ବିବାହ ପାଇଁ ରାଜି ହୋଇଥିଲେ। ଏବେ ୟୁରି ନିଜ ମାର୍ଗୋ ସହ ଖୁସିରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.