Below header

ଶୀତୁଆ ପାଗରେ ଘରେ ବନାଇ ଖାଆନ୍ତୁ ମିଠା ଗୁଲଗୁଲା, ନୋଟ୍‌ କରି ରଖନ୍ତୁ ରେସିପି

ଆପଣ ଗୁଲଗୁଲା ଖାଇଥିବେ ନିଶ୍ଚୟ। ତେବେ ଏହାକୁ ଘରେ କେବେ କରିବାକୁ ମନ ହୋଇଛି ଆଉ କେମିତି କରିବେ ଜାଣିପାରୁନାହାଁନ୍ତି। ତାହେଲେ ଆଜି ଆମେ ଆପଣଙ୍କ ପାଇଁ ମିଠା ଗୁଲଗୁଲା ରେସିପି ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି ପରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ଅଟା
  • ୧ କପ୍‌ ଗୁଡ
  • ଏକ ଟେବୁଲ ଚାମଚ ପାନମଧୁରୀ
  • ୩ ଚାମଚ ଘିଅ
  • ସ୍ୱାଦାନୁସାରେ ଲୁଣ
  • ୧/୨ ଚାମଚ ବେକିଂ ସୋଡା
  • ତେଲ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ଗରମ ପାଣିରେ ଗୁଡ ମିଶାଇ ଦିଅନ୍ତୁ ଏବଂ ତାହାକୁ ସମ୍ପୂର୍ଣ୍ଣ ଭାବରେ ମିଶାଇ ଦିଅନ୍ତୁ।
  2. ଏକ ଅନ୍ୟ ପାତ୍ରରେ ଅଟା, ଘିଅ, ଲୁଣ ଏବଂ ବେକିଂ ପାଉଡର ମିଶାଇ ଦିଅନ୍ତୁ।
  3. ପ୍ରସ୍ତୁତ ମିଶ୍ରଣରେ ଏବେ ଗୁଡ ପାଣିରେ ପକାଇ ଦିଅନ୍ତୁ ଏବଂ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ।
  4. ଏହାପରେ ଏଥିରେ ପାନମଧୁରୀ ମିଶାଇ ଦିଅନ୍ତୁ।
  5. ଅନ୍ୟ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ଏକ ବଡ ଚାମଚରେ ବରାବର ମାତ୍ରାରେ ପେଷ୍ଟ ପକାନ୍ତୁ। ଗ୍ୟାସକୁ ବଢ଼ାଇ ଦିଅନ୍ତୁ।
  6. ଏବେ ଆଞ୍ଚକୁ ସ୍ଲୋ କରିଦିଅନ୍ତୁ ଏବଂ ଗୁଲଗୁଲାକୁ ମିଡିୟମ ଆଞ୍ଚରେ ଫ୍ରାଏ କରନ୍ତୁ।
  7. ଛଣା ଚାମଚରେ ଏହାକୁ ଏପଟସେପଟ କରି ଭଲଭାବେ ଫ୍ରାଏ କରିବା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ।
  8. ଏବେ ଏହିପରି ଭାବେ ସମସ୍ତ ମିଶ୍ରଣକୁ ପକାଇ ଗୁଲଗୁଲା ପ୍ରସ୍ତୁତ କରିଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.