Below header

ଗାଁ ରାସ୍ତା ବିବାଦକୁ ନେଇ ପୁଣି ତେଜିଲା ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ କଲେ ୧୭ଖଣ୍ଡ ମୌଜା ଅଧିବାସୀ

ନୟାଗଡ଼(କେନ୍ଯୁଜ୍): ରାସ୍ତା ପାଇଁ ରାସ୍ତାରୋକ। ଗାଁ ରାସ୍ତା ବିବାଦକୁ ନେଇ ପୁଣି ତେଜିଲା ଆନ୍ଦୋଳନ। ଜାତୀୟ ରାଜପଥ ଅବରୋଧ କଲେ ୧୭ଖଣ୍ଡ ମୌଜା ଅଧିବାସୀ । ନୟାଗଡ଼ ସଦର ଥାନା ଗୁଡୁ ପାଙ୍ଗି ଏବଂ ୧୭ଖଣ୍ଡ ମୌଜା ମଧ୍ୟରେ ଲାଗିଥିବା ଦୀର୍ଘ ଦିନର ବିବାଦ ଆଜି ପୁଣି ଉଗ୍ର ରୂପ ନେଇଛି। ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ବାରମ୍ବାର ଆଲୋଚନା ବିଫଳ ହେଉଛି। ଫଳରେ ଜାତୀୟ ରାଜପଥକୁ ଓହ୍ଲାଇଛନ୍ତି ୧୭ଖଣ୍ଡ ମୌଜାର ବାସିନ୍ଦା।

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଶିମିଳିସାହିଠାରେ ଅବରୋଧ କରିଛନ୍ତି ୧୭ଖଣ୍ଡ ମୌଜାର ଅଧିବାସୀ। ଗୁଡୁପାଙ୍ଗି ଗାଁ ଏବଂ ୧୭ଖଣ୍ଡ ମୌଜା ମଧ୍ୟରେ ଦୀର୍ଘ ଦିନ ହେବ ଏକ ରାସ୍ତାକୁ ନେଇ ବିବାଦ ଲାଗି ରହିଛି । ୧୭ଖଣ୍ଡ ମୌଜାକୁ ଏକ ରାସ୍ତା ଯିବାକୁ ରହିଛି। କିନ୍ତୁ ଗୁଡୁପାଙ୍ଗି ଗ୍ରାମବାସୀ ଏହି ରାସ୍ତା ପାଇଁ ଥିବା ସରକାରୀ ଯାଗା ଛାଡୁ ନଥିବା ନେଇ ୧୭ଖଣ୍ଡ ମୌଜା ଅଧିବାସୀ ଅଭିଯୋଗ କରିଆସୁ ଥିଲେ। ପୂର୍ବରୁ ମଧ୍ୟ ରାସ୍ତାରୋକ କରାଯାଇଥିଲା।

ଶାନ୍ତି କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଭା କରାଯାଉଛି। କିନ୍ତୁ କୌଣସି ସ୍ଥାୟୀ ସମାଧାନ ହୋଇପାରୁନି । ଆଜି ୧୭ଖଣ୍ଡ ମୌଜା ଅଧିବାସୀ ପୁଣି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଶହ ଶହ ଯାନବାହନ ରାସ୍ତାରେ ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.