Below header

ପ୍ରକୃତିର କରିସ୍ମା! ଛେଳି ଶରୀରର ଗୋଟିଏ ପଟେ ଓଁ ଚିହ୍ନ ଓ ଅନ୍ୟ ପଟେ ମହମ୍ମଦ ଲେଖା ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ

ଅନେକ ବାର ଏମିତି କରିସ୍ମା ହୋଇଯାଏ କି, ଯାହା ଉପରେ ବିଶ୍ୱାସ କରିବା ଆଦୌ ସହଜ ହୋଇ ନ ଥାଏ। ଉତ୍ତର ପ୍ରଦେଶର ଅମରୋହା ଜିଲାରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଏଠାରେ ଏକ ଛେଳିର ଶରୀର ଉପରେ ଗୋଟିଏ ପାର୍ଶ୍ୱରେ ଓଁ ଚିହ୍ନ ଏବଂ ଅନ୍ୟ ପାର୍ଶ୍ୱରେ ମହମ୍ମଦ ଲେଖା ରହିଥିବା ନଜର ଆସିଛି। ଏହା ଦେଖି ଲୋକମାନେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଘଟଣାଟି ଆଖପାଖ ଅଞ୍ଚଳରେ ବ୍ୟାପିଯିବା ପରେ ଏହି ଦୁର୍ଲ୍ଲଭ ଛେଳିକୁ ଦେଖିବା ପାଇଁ ଏବଂ ଏହାକୁ କିଣିବା ପାଇଁ ଦୂର ଦୂରରୁ ଲୋକେ ଘଟଣାସ୍ଥଳକୁ ଧାଇଁଛନ୍ତି।

ସୋସିଆଲ ମିଡିଆ ଜରିଆରେ ପ୍ରଥମେ ଲୋକଙ୍କୁ ଏହାର ସୂଚନା ମିଳିଥିଲା। ଅମରୋହାର ଔଦ୍ୟୋଗିକ ନଗରୀ ଗଜରୌଲାର ଖ୍ୟାଲିପୁର ଗାଁରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଜାଣିବା ପରେ ଲୋକେ ଏହାକୁ କିଣିବା ପାଇଁ ଆଗ୍ରହୀ ହୋଇଥିଲେ। ଖବର ମୁତାବକ, ଖେଳିର ଦାମ୍‌ ୧ ଲକ୍ଷ ଟଙ୍କା ଲଗାଯାଇଛି। ଯଦିଓ ଛେଳି ମାଲିକ ଏହାକୁ ପାଖାପାଖି ୧୧ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଇଚ୍ଛା ରଖିଛନ୍ତି।

ଛେଳି ଶରୀର ଉପରେ ଏଭଳି ପ୍ରାକୃତିକ ଲେଖା ଦେଖି ଲୋକେ ଯେଉଁଠି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି, ସେଠି Eid al-Adha(ବକରୀଦ୍‌) ପାଖେଇ ଆସୁଥିବାରୁ ଛେଳିର ଡିମାଣ୍ଡ ଲଗାତାର ବଢ଼ି ଚାଲିଛି। କୁହାଯାଉଛି କି, ଏହାର ଦାମ୍‌ ୧୧ ଲକ୍ଷ ଟଙ୍କାରୁ କମ୍‌ ହେବ ନାହିଁ। ତେବେ ଶେଷରେ ଏହାକୁ କିଏ କିଣିବ ଏବଂ ଏଥିରେ କେତେ ଦାମ୍‌ ଲାଗିବ ତାହା ଦେଖିବାର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.