Below header

ତେଲ ଦର ବୃଦ୍ଧିକୁ ନେଇ ଆଦିବାସୀ ଯୁବକ ତିଆରି କଲେ ବ୍ୟାଟେରୀ ଚାଳିତ ମିନି କାର

ପେଟ୍ରୋଲର ଦାମ ଦିନକୁ ଦିନ ବଢ଼ିବାରେ ଲାଗୁଛି । ଅନେକ ରାଜ୍ୟରେ ଏହାର ଦାମ ୧୦୦ ଉପରୁ ହୋଇସାରିଲାଣି । ତେଲ ଦର ବୃଦ୍ଧିକୁ ଧ୍ୟାନରେ ରଖି ଅନେକ ଲୋକ ଚିନ୍ତାରେ ପଡିଲେଣି । ଏହି ସମୟରେ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ରହୁଥିବା ଜଣେ ଆଦିବାସୀ ଯୁବକ ଗୋଟିଏ ସିଟ ଏବଂ ୩ଟି ଚକା ଥିବା ଗାଡ଼ି ତିଆରି କରିଛନ୍ତି ।

ବ୍ୟାଟେରୀ ସାହାଯ୍ୟରେ ଚାଲୁଥିବା ଏହି ଗାଡ଼ି ଥରେ ଚାର୍ଜ କଲେ ୪୦ କିଲୋମିଟର ପର୍ଯ୍ୟନ୍ତ ଯିବ । ଏହାକୁ ତିଆରି କରିଥିବା ଯୁବକଙ୍କ ନାମ ଅର୍ଜୁନ ଚୌରେ । ତାଙ୍କ କହିବା ଅନୁଯାୟୀ ଏହାକୁ ତିଆରି କରିବା ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ୨୭ ବର୍ଷର ଏହି ଯୁବକ ନନ୍ଦୁରବାର ନଗର ପରିଷଦର ଜଣେ ଇଲେକଟ୍ରିସିଆନ ।ସେ ITI ରୁ ଇଲେକଟ୍ରିକାଲ ମେଣ୍ଟେନାସରେ ଡିପ୍ଲୋମା କରିଛନ୍ତି ।

32542354
pc: aajtak

ଏହି ଗାଡ଼ିକୁ ତିଆରି କରିବା ପାଇଁ ୧୪୪ ଲିଥିୟମ ବ୍ୟାଟେରୀର ବ୍ୟବହାର କରାଯାଇଛି । ଏଥିରେ ରିଭର୍ସ ଗିୟର, ହାଇଡ୍ରୋକ୍ଳୋରିକ ବ୍ରେକ, ଇଣ୍ଡିକେଟର, ହେଡଲାଇଟ ସହିତ ଆବସୋର୍ଭର ମଧ୍ୟ ରହିଛି । ଏହା ପ୍ଲାଷ୍ଟିକ ଏବଂ ମେଟଲରେ ତିଆରି ହୋଇଛି । ଏବେ ଅର୍ଜୁନ ଏହାକୁ କେବଳ ନିଜ ଇଲାକାରେ ଚଲାଉଛନ୍ତି । ତାଙ୍କ କହିବା ଅନୁଯାୟୀ ଏହାକୁ ଚଲାଇବା ପାଇଁ କୌଣସି ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ । ଏହାପାଇଁ ବିଶେଷ ଖର୍ଚ୍ଚ ମଧ୍ୟ ହୁଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.