Below header

ଯାଜପୁର : କାଳ ହେଲା ବେପରୁୱା ଗାଡି ଚାଳନା, ଚାଳକଙ୍କୁ ନିର୍ଦ୍ଧୁମ ଛେଚିବା ସହ ବାଇକ୍‌ ଜାଳିଦେଲେ ଗାଁଲୋକେ

ଯାଜପୁର ରୋଡ୍ : କାଳ ହେଲା ବେପରୁୱା ଗାଡି ଚାଳନା। ବାଇକ୍‌ ଚାଳକଙ୍କୁ ନିର୍ଦ୍ଧୁମ ଛେଚିବା ସହ ବାଇକ୍‌ ଜାଳିଦେଲେ ଗାଁଲୋକେ। ଯାଜପୁର ଜିଲ୍ଲା କୋରଇ ଥାନା କୋ ଗାଁ ରାସ୍ତାରେ ଏହି ଘଟଣା ଘଟିଛି। ଆଲୁ ଶିବରାମ ନାମକ ଜଣେ ଯୁବକ ଗାଁ ରାସ୍ତାରେ ଦ୍ରୁତ ଗତିରେ ବାଇକ୍‌ ଚଳାଇ ୩ଜଣ ଶ୍ରମିକଙ୍କୁ ଆହତ କରିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତଜେନା ଦେଖାଦେଇଥିଲା। ଆହତ ମାନଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.