Below header

ଠିକାଦାରଙ୍କ କାମ ଦେଖି ତାତିଲେ ଗ୍ରାମବାସୀ, ଖୋଦ୍‌ ମନ୍ତ୍ରୀଙ୍କ ଗାଁରେ ନିମ୍ନ ମାନର କାମ କେମିତି?

ଯଦି ମନ୍ତ୍ରୀଙ୍କ ଗ୍ରାମ ହେଉଛି ନିମ୍ନ ମାନର କାମ ତାହାଲେ ରାଜ୍ୟ ସାରା କେମିତି ଚାଲୁଥିବା କାମ ଆପଣ ଜାଣିପାରୁଥିବେ କୋଟି କୋଟି ଟଙ୍କା ବୟରେ ନୂଆ ରାସ୍ତା ନିର୍ମାଣରେ ପୁରୁଣା ପିଚୁକୁ ପକାଇ ରାସ୍ତା ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀମାନେ ।

ସାଲେପୁର (କେନ୍ୟୁଜ) : ଖୋଦ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସାରଦା ନାୟକ ତଥା ଏବେକାର ରାଉରକେଲା ଵିଧାୟକ ଙ୍କ ପୈତୃକ ଗାଁରେ ଚାଲିଛି ନିମ୍ନମାନର କାମ ଅଭିଯୋଗ କଲେ ଗ୍ରାମବାସୀ । ଯଦି ମନ୍ତ୍ରୀଙ୍କ ଗ୍ରାମ ହେଉଛି ନିମ୍ନ ମାନର କାମ ତାହାଲେ ରାଜ୍ୟ ସାରା କେମିତି ଚାଲୁଥିବା କାମ ଆପଣ ଜାଣିପାରୁଥିବେ କୋଟି କୋଟି ଟଙ୍କା ବୟରେ ନୂଆ ରାସ୍ତା ନିର୍ମାଣରେ ପୁରୁଣା ପିଚୁକୁ ପକାଇ ରାସ୍ତା ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀମାନେ । ରାସ୍ତାର ସ୍ଥାଇତ୍ବକୁ ନେଇ ଉଠିଲା ପ୍ରଶ୍ନ । କିଛି ଦିନ ପୂର୍ବରୁ ହୋଇଥିବା ଢ଼ଳେଇର ଅବସ୍ଥା ବି ଶୋଚନୀୟ । କାର୍ଯ୍ୟଉପରେ ତଦାରଖ କରିବା ପାଇଁ ରହୁନାହାନ୍ତି ବିଭାଗୀୟ ଅଧିକାରୀମାନେ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟଉର୍ନୟନ ବିଭାଗ ଦ୍ୱାରା ହେଉଥିବା ରାସ୍ତା ପଟ୍ଟନାୟକ ଛକ ଠାରୁ କୁଳବଡ଼ଖିର ଭାୟା ମାଳିଆ ଛକ ରାସ୍ତା । ଏହି ରାସ୍ତାର ଦୈର୍ଘ୍ୟ ହେଉଛି ୮ କିଲୋମିଟର, ୨୦୦ ମିଟର, ହୋଇଥିବା ବେଳେ ୭ କୋଟିରୁ ଉର୍ଦ୍ଧ ଟଙ୍କା ବୟରେ ନିର୍ମିତ ହେଉଛି ରାସ୍ତା, କିନ୍ତୁ ଏହି ରାସ୍ତା ନିର୍ମାଣରେ ଠିକାଦାର ମନ ମୁଖି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ । ରାସ୍ତାର ପୁରୁଣା ପିଚୁ ଓ ମେଣ୍ଟାଲକୁ ନଉଠାଇ, ତାରି ଉପରେ କାମ ହେଉଛି । ଯାହା ଫଳରେ କମ ଦିନରେ ରାସ୍ତା ନଷ୍ଟ ହୋଇଯିବ ବୋଲି କହିଥିଲେ ଗ୍ରାମବାସୀମାନେ । ଏପଟେ ଏହି ରାସ୍ତା ହେଉଛି ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଶାରଦା ନାୟକଙ୍କ ନିଜ ପୈତୃକ ଗ୍ରାମ ହୋଇଥିବାରୁ କେମିତି ଠିକାଦାର ନିମ୍ନମାନର କାମ କରୁଛି ବୋଲି ପ୍ରଶ୍ନ କରିଥିଲେ ଗ୍ରାମବାସୀ ।

ସରକାର ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ବାସ୍ତବ ରେ ତାହା କାର୍ଯ୍ୟ କାରି ହେଉନାହିଁ । କାରଣ ଠିକାଦାର ଓ ଯନ୍ତ୍ରୀ ଙ୍କ ମନ୍ଦ୍ୟରେ ହେଉଥିବା ସଲାସୁତାରରେ ପାଇଁ କାର୍ଯ୍ୟ ନିମ୍ନ ମାନ ର ହେଉଛି ବୋଲି ଅଭିଯୋଗ ଆଣିଲେ ଗ୍ରାମ ବାସୀ । ଏହି ରାସ୍ତା କାମ ନ ସରୁଣୁ ଏପଟେ କିଛି ଦିନ ପୂର୍ବରୁ ହୋଇଥିବା ଢ଼ଳେଇ ରାସ୍ତା କେମିତି ଗୋଡି ପଦାକୁ ଦେଖା ଯାଉଛି । ଏହି ଢ଼ଳେଇ କାମ ଅତି ଖରାପ ହୋଇଥିବା କହିଥିଲେ ସ୍ଥାନୀୟ ଲୋକେ । ଏ ବାବଦରେ ଆମେ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ ସେହି ଚିରା ଚରିତ ଢଙ୍ଗରେ କହିଥିଲେ ତଦନ୍ତ କରାଯିବା ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.