ନୂଆବର୍ଷରେ ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର, ମୁଖ୍ୟମନ୍ତ୍ରୀ ଦେଲେ ଆଦେଶ

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବିଜେଡିର ବହିଷ୍କାର ଆଦେଶ । ୨୦୧୮ ସେପ୍ଟେମ୍ବରରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଆଜି ନବୀନ ପଟ୍ଟନାୟକ ବହିଷ୍କାର ଆଦେଶକୁ ଉଠାଇ ନେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବିଜେଡିର ବହିଷ୍କାର ଆଦେଶ । ୨୦୧୮ ସେପ୍ଟେମ୍ବରରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଆଜି ନବୀନ ପଟ୍ଟନାୟକ ବହିଷ୍କାର ଆଦେଶକୁ ଉଠାଇ ନେଇଛନ୍ତି । ସାତଥର ବିଧାୟକ ଦାମୋ ରାଉତ ୧୯୭୭ ମସିହାରେ ପ୍ରଥମେ ବିଧାୟକ ଭାବେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ପରେ ୨୦୦୦ରୁ ୨୦୧୯ ମସିହା ଯାଏ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ । ଅନେକ ଥର ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ ଦାମୋଦର । ତାଙ୍କୁ ୨୦୧୮ରେ ବିଜେଡିରୁ ବହିଷ୍କାର କରାଯାଇଥିଲା। ପରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଏରସମା-ବାଲିକୁଦା ଆସନରୁ ଲଢ଼ି ହାରି ଯାଇଥିଲେ । ପରେ ବିଜପି ଦଳ ଛାଡ଼ିଥିଲେ ଦାମୋଦର ।

ଆଗାମୀ ନିର୍ବାଚନ ପୂର୍ବରୁ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତଙ୍କ ସ୍ଥିତି ଅଧିକ ମଜବୁତ କରିବା ପାଇଁ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଥିବା କଚହାଯାଉଛି । କାରଣ ଦାମ ରାଉତଙ୍କର ପ୍ରାୟ ୫୦ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି । ପାରାଦୀପରୁ ଆରମ୍ଭ କରି ଜଗତସିଂହପୁର ଯାଏ ତାଙ୍କର ପ୍ରଭାବ ମଧ୍ୟ ରହିଛି । ବହିଷ୍କାର ଆଦେଶ ଉଠିବା ପରେ ସମ୍ବିତ ରାଉତଙ୍କ ପାଇଁ ସେ ଖୋଲାଖୋଲି ଭାବେ ନିର୍ବାଚନ ପ୍ରଚାର କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.