Below header

ଏମିତି ଘଟିଛି କେନ୍ଦୁଝରରେ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

କେନ୍ଦୁଝର (କେନ୍ୟୁଜ୍) : ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକକୁ ପିଟି ପିଟି ମାରିଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଦବୁନା ଗାଁରେ ଏପରି ଅଘଟଣ ଘଟିଛି। ମୃତ ଯୁବକଙ୍କ ନାଁ ଗଣେଶ ପିଙ୍ଗୁଆ। ଭିନ୍ନକ୍ଷମ ନାବାଳିକା ଜଣକ ଦୁଷ୍କର୍ମ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପୀଡ଼ିତାଙ୍କ ସମ୍ପର୍କୀୟ ଓ ଗାଁ ଲୋକେ ମିଶି ଗଣେଶକୁ ଗଛରେ ବାନ୍ଧି ମାଡ଼ ମାରିଥିଲେ। ପୋଲିସ ଉଦ୍ଧାର କରି ଗଣେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହସ୍ପିଟାଲରେ ଗଣେଶଙ୍କ ମୃତ୍ୟୁ ହୋଇଥିଲା। ଏ ଘଟଣାରେ ନାବାଳିକଙ୍କ ବାପାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.