Below header

BSNL WINGS APP : ଏବେ ବିନା ମୋବାଇଲ ନେଟୱାର୍କରେ କରନ୍ତୁ ଇଣ୍ଟରନେଟର କଲ୍

ନୂଆଦିଲ୍ଲୀ : Bharat Sanchar Nigam Limited (BSNL) ନିଜର ଖରାପ ନେଟୱର୍କ କନେକ୍ଟିଭିଟି ଥିବା ଅଞ୍ଚଳ ପାଇଁ Wings Application ନାମକ ଏକ ଆପ୍ ଲଞ୍ଚ କରିଛି। ଏହା ଦ୍ବାରା ଗ୍ରାହକ ମୋବାଇଲ ନେଟୱାର୍କ ନଥିଲେ ମଧ୍ୟ ଓ୍ବାଇଫାଇର ସହାର‌୍ୟ୍ୟରେ ଇଣ୍ଟରନେଟ କଲିଂ କରିପାରିବେ। ବିଏଏନଏଲର ଓ୍ବିଙ୍ଗ ଆପ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ପ୍ରଥମେ ବିଏସଏନଏଲ ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ରେଜିଷ୍ଟ୍ରେସନ କରିବା ପାଇ ଗ୍ରାହକଙ୍କୁ ଆଇଡ଼ି ଫ୍ରୁଫ୍ , ଠିକଣା ଏବଂ ଫଟୋ ଦେବାକୁ ପଡ଼ିବ। ଏହାପରେ ଗ୍ରାହକଙ୍କୁ ଏକ ୱିଙ୍ଗ ପିଜ୍ ଜେନେରେଟ ହେବ। ଏହାପରେ ୱିଙ୍ଗ ଆପକୁ ଗୁଗୁଲ ପ୍ଳେ ଷ୍ଟୋରରୁ ଡାଉନଲୋଡ଼ କରି ଏବଂ ଇନଷ୍ଟଲ କରି ସେହି ପିନକୁ ଏଣ୍ଟର କରିବାକୁ ପଡ଼ିବ।

BSNL-Unveiled

ବିଏସଏନଏଲର କହିବାନୁଯାୟୀ, ଗ୍ରାହକଙ୍କ ଇଣ୍ଟରନେଟ କଲିଂ ସେବାକୁ ଭଲ କରିବା ପାଇଁ କମ୍ପାନି ଏହି ଆପ ଲଞ୍ଚ କରିଛି। ତେବେ ଏହି ଆପ ସେହି ଅଞ୍ଚଳ ଗୁଡ଼ିକରେ କଲିଂର ସେବା ଯୋଗାଇଥାଏ ଯେଉଁଠାରେ ନେଟୱର୍କ ପହଞ୍ଚିନଥାଏ। ସାଧାରଣତଃ ବେସମେଣ୍ଟ ଏବଂ ମଲ୍ଟିଷ୍ଟୋର ମାନଙ୍କରେ ଏହି ସମସ୍ୟା ଦେଖାଯାଇଥାଏ। ଏହି ସୁବିଧାର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ ୨ଜି, ୩ଜି, ୪ଜି ଏବଂ ୱାଇଫାଇର ବ୍ୟବହାର କରିପାରିବେ।

କିପରି ଆରମ୍ଭ କରିବେ ବିଏଏନଏଲ ଭୋଲପ୍ ସର୍ଭିସ୍ ?

ସର୍ବ ପ୍ରଥମେ ଆପଣ ପ୍ଳେଷ୍ଟୋରରୁ ଏହି ଆପକୁ ଡାଇନଲୋଡ଼ କରନ୍ତୁ। ଏହାପରେ ଏଥିରେ ୧,୦୯୯ ଟଙ୍କାର ୱାନ ଟାଇମ୍ ପେମେଣ୍ଟ କରିବାକୁ ପଡ଼ିବ। ଏହାପରେ ଆପଟି ବର୍ଷେ ପାଇଁ ଆକ୍ଟିଭେଟେଡ଼ ହୋଇଯିବ। ଏହି ଆପ ସହ ଆପଣଙ୍କୁ ଏସଆଇପି ମଧ୍ୟ ଡାଇନଲୋଡ଼ କରିବାକୁ ପଡ଼ିବ। ଏହାପରେ ଗ୍ରାହକଙ୍କୁ ଏକ ୧୦ ନମ୍ବର ବିଶିଷ୍ଟ ସବସ୍କ୍ରିପସନ ଆଇଡି ଆଲର୍ଟ କରିବାକୁ ପଡ଼ିବ। ଏହାପରେ ମେଲ ଆଇଡିକୁ ରେଜିଷ୍ଟେସନ କରି ସେଥିରେ ଥିବା ୧୬ ଡିଜିଟ ପିନକୁ ଏଣ୍ଟର କରିବାକୁ ପଡ଼ିବ। ଏହିପରି ଗ୍ରାହକ ୱିଙ୍ଗ ସର୍ଭିସର ଫାଇଦା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.