ପୁରୀରୁ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବିବେକ ଯାଦବ ଗିରଫ
ପୁରୀ(କେନ୍ୟୁଜ୍): ପୁରୀ ପୋଲିସକୁ ସଫଳତା । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ । ଗିରଫ ଅଭିଯୁକ୍ତର ନାଁ ବିବେକ ଯାଦବ । ଘର ବିହାର କଟିହାର ଜିଲ୍ଲାର । ତା ନାଁରେ ପୁରୀ କୁମ୍ଭାରପଡା ଥାନା ସମେତ ଖଣ୍ଡଗିରି, ବରଗଡ଼, କ୍ୟାପିଟାଲ ଓ ଖାରବେଳନଗର ଥାନାରେ ଏକାଧିକ ମାମଲା ରହିଛି ।
ଗିରଫ ଅଭିଯୁକ୍ତ ନିକଟରୁ ଏକ ପଲସର ବାଇକ ସହ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ପୁରୀ ଏସ୍ପି କେ.ବିଶାଲ ସିଂଙ୍କ ନେତୃତ୍ୱରେ ପୋଲିସର ସ୍ୱତନ୍ତ୍ର ଟିମ ତାକୁ ଗିରଫ କରିଛି । କୁମ୍ଭାରପଡା ଥାନା ଶୌଚାଳୟ ଛକ କନକଦୁର୍ଗା ଲେନ୍ର ମଧୁସୂଦନ ମିଶ୍ରଙ୍କ ଘର ସାମ୍ନାରୁ ଅଭିଯୁକ୍ତ ଦୁଇ ଲକ୍ଷ ପଚାଶ ହଜାର ଲୁଟ କରି ଫେରାର ହୋଇଯାଇଥିଲା।