Below header

ପୁଣି ସେହି ଜାତି ପ୍ରଥା ! ଅନ୍ୟ ଜାତିରେ ବିବାହ କରିବାରୁ ମୃତ୍ୟୁ ପରେ ମିଳିଲାନି କାନ୍ଧ, ସ୍ୱେଚ୍ଛାସେବୀ କଲେ ଶେଷକୃତ୍ୟ

କେନ୍ଦୁଝର(କେନ୍ୟୁଜ୍):  ଅନ୍ୟ ଜାତିରେ ବିବାହ କଲେ ବୋଲି ମୃତ୍ୟୁ ପରେ ଜାତିଭାଇ କାନ୍ଧ ଦେଲେନି। ଶେଷରେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ହେଲା ଶେଷକୃତ୍ୟ। କେନ୍ଦୁଝର ସଦର ବ୍ଳକ ବୋଦାପଳସା ପଞ୍ଚାୟତ ତୁଳସୀପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ତୁଳସୀପୁର ଗାଁର ପଣ୍ଡା ନାୟକ ଏକ ଅନ୍ୟ ଜାତିର ଝିଅକୁ ଭଲ ପାଇ ବିବାହ କରିଥିଲେ। କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଭିନ୍ନ ଜାତିରେ ବିବାହ କରିଥିବାରୁ ପଣ୍ଡାଙ୍କ ମୃତଦେହ ସତ୍କାର କରିବାକୁ କୌଣସି ଗ୍ରାମବାସୀ ସହଯୋଗ କରିନଥିଲେ। ତାଙ୍କ ପୁଅର ବୟସ ମାତ୍ର ଆଠ ବର୍ଷ ଓ ଝିଅର ବୟସ ମାତ୍ର ଛଅ ବର୍ଷ ହୋଇଥିବାରୁ ସେମାନେ ମୃତଦେହ ସତ୍କାର କରିବାକୁ ଅସହାୟ ହୋଇପଡିଥିଲେ। ଶେଷରେ କିଛି ସମାଜସେବୀ ଓ ମାନବାଧିକାର କର୍ମୀ ମିଶି ମୃତଦେହ ସତ୍କାର କରିଥିଲେ। ପରେ ତାଙ୍କ ଶୁଦ୍ଧିକ୍ରିୟା କରିବେ ବୋଲି ମଧ୍ୟ ସେମାନେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.