ଚୀନର ଅଜବ ପ୍ରଥା! ଅବିବାହିତ ପୁରୁଷଙ୍କ କବରରେ ପକାଯାଏ ମହିଳାଙ୍କ ହାଡ଼, ପରେ କରାଯାଏ ବାହାଘର, ମହିଳାଙ୍କ ଶବର ନିଲାମ ଦାମ ଶୁଣିଲେ ଉଡ଼ିଯିବ ହୋସ୍‌

ଦୁନିଆରେ ପ୍ରତ୍ୟେକ ସ୍ଥାନରେ ଥିବା ଲୋକ ନିଜର ଭିନ୍ନ ଭିନ୍ନ ମାନ୍ୟତାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏ ପ୍ରତ୍ୟେକଟି ସ୍ଥାନର ବିଶ୍ୱାସ ଅନ୍ୟଠାରୁ ରହିଥାଏ ସମ୍ପୂର୍ଣ୍ଣ ଭିନ୍ନ। ଯାହାକୁ ଶୁଣିଲା ପରେ ଆମେ ବି ଆଶ୍ଚର୍ଯ୍ୟ ହୋଇଯାଉ। ବିଶ୍ୱାସ ବି କରିବାକୁ ଟିକେ କଷ୍ଟ ଲାଗେ। ତେବେ ସବୁ ଦେଶ ଠାରୁ ଚୀନର କଥା ରହିଛି ସବୁୁଂ ନିଆରା। କାରଣ ଏଠାକାର ଖାଇବା ପିଇବା, ରହନଶୈଳୀ ତଥା ବାକି ସବୁ କିଛି ରହିଥାଏ ଏକଦମ ଅଲଗା। ଯାହା ସମ୍ପର୍କରେ ଶୁଣିଲେ ଲାଗେ ଯାହା ଅନ୍ୟ କେଉଁଠି ସମ୍ଭବ ନୁହେଁ ତାହା ଚୀନରେ ସମ୍ଭବ।

ଏମିତି ଏକ ମାନ୍ୟତା ଚୀନରେ ରହିଛି। ବିଶ୍ୱାସର କଥା ଉଠୁଛି ଯେହେତୁ ଆପଣ ବି ଜାଣିବାକୁ ନିହାତି ଚାହିଁବେ ଯେ ଏଠି ଏମିତି କଣ ହୁଏ ଯାହା ଏକଦମ ସତ। ପ୍ର୍ରକୃତରେ ଏଠାରେ ପ୍ରଚଳିତ ଥିବା ଭୂତିଆ ବିବାହ ମାନେ Ghost Wedding in China କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରୁହେ। ସବୁ ବିବାହ ଠାରୁ ଏ ବିବାହ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଏହାର ନାଁ ଟି ଶୁଣିଲେ ଲାଗୁଛି ଯେମିତି ଭୂତ ପ୍ରେତ ମାନଙ୍କର ବିବାହ ଚାଲୁଛି। କ’ଣ ପୂରା ଘଟଣା ଟି ଚାଲନ୍ତୁ ଜାଣିବା..

ଅନ୍ୟ ଦେଶ ଭଳି ଏଠାରେ ମଧ୍ୟ ଅବିବାହିତ ପୁରୁଷ ଓ ମହିଳାଙ୍କ ବିବାହ କରାଯାଏ । କିନ୍ତୁ ପାର୍ଥକ୍ୟ ଏତିକି ମାତ୍ର ଯେ ଏ ଠାରେ ଦୁଇଜଣଙ୍କ ମୃତ୍ୟୁ ପରେ ଏମାନଙ୍କ ବିବାହ କରାଯାଏ। କଥା ଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ବିବାହର ନୀତି ନିିୟମ ଯାହା ରହିଛି ଏହା ଏକଦମ ପୂରା ଓଲଟା ଚାଲିଛି। ଏଠାରେ ଜୀବନ୍ତ ନୁହେଁ ବରଂ ଦୁଇଟି ମୃତ ଶରୀରର ବିବାହ କରାଯାଏ। ଆଉ ଏହାର ପ୍ରୋସେସ ମଧ୍ୟ ରହିଛି ପୁରା ଅଲଗା। ଜାଣନ୍ତୁ ଏ ଭୂତିଆ ବିବାହ କେମିତି ସମ୍ପନ୍ନ ହୁଏ..

ରିପୋର୍ଟକୁ ଯଦି ଆମେ ଦେଖିବା ତେବେ ଚୀନରେ ଏହି ଘୋଷ୍ଟ ମ୍ୟାରେଜ ଏବେ କାର ନୁହେଁ ବରଂ ୩ହଜାର ବର୍ଷ ପୁରୁଣା ପ୍ରଚଳିତ ପ୍ରଥା। ଏହି ବିବାହର ନିୟମ ଅନୁଯାୟୀ ଏଠାରେ ଲୋକ ମାନେ ଦୁଇ ଅବିବାହିତ ମୃତ ଲୋକଙ୍କ ବିବାହ କରାଇ ଥାନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି। ସେମାନଙ୍କ ବିଶ୍ୱାସ ଅନୁଯାୟୀ ଯଦି ବଞ୍ଚିବା ସମୟରେ ଏମାନେ ବିବାହ କରି ଏହାର ସୁଖକୁ ଉପଭୋଗ କରିନାହାନ୍ତି ତେବେ ମୃତ୍ୟୁ ପରେ ଏହାକୁ ଉପଭୋଗ କରନ୍ତୁ। ମୃତ୍ୟୁ ପରେ ଏମାନଙ୍କ ଜୀବନ ଖୁସି ରେ କଟିବ। ଏହି ବିବାହରେ ଆହୁରି ଏକ ମୁଖ୍ୟ କାମ କରାଯାଏ। ଏଠାରେ ମୃତ ପୁଅର କବରରେ ମୃତ ଝିଅର ହାଡ଼କୁ ପକାଇଦିଆଯାଏ। ଯାହାପରେ ଏମାନେ ଏକାଠି ରୁହନ୍ତି।

ସବୁଠ ୁ ବଡ଼ କଥା ହେଲ ମୃତ ବ୍ୟକ୍ତିଙ୍କ ବିବାହ ଶୋକାକୁଳ ବାତାବରଣରେ ନୁହେଁ ବରଂ ଏକଦମ ଧୂମଧାମରେ ଆୟୋଜିତ କରିଥାନ୍ତି। କନ୍ୟାର ପରିବାର କନ୍ୟା ପାଇଁ ଧନ ମାଗନ୍ତି। ଏହାସହ ଯୌତୁକ ପ୍ରଥାକୁ ମଧ୍ୟ ମାନ ନ୍ତି। ଏଥିରେ ଗହଣା, ଚାକର ସହ ଗୋଟି ଏ ସୁ ନ୍ଦର କୋଠା ଦିଆଯାଏ। ଏହାକୁ ପେପରେ ଲେଖିକି ଦିଅନ୍ତି। କିନ୍ତୁ ବାସ୍ତବରେ ଏହା ମିଳେ ନାହିଁ। ଏହି ପରମ୍ପରା ବହୁ ପୁରାତନ ସମୟରୁ ଚୀନରେ ମାନି ଆସୁଛି। ଏଥିରେ କେବଳ ମୃତ ବ୍ୟକ୍ତିହିଁ ସାମିଲ ଥାନ୍ତି। ଅନେକ ଶବକୁ ଏଥିପାଇଁ ଚୋରି ମଧ୍ୟ କାରାଯାଇଛି। ଏମିତି ଯଦି ଶବ ନପାଇବେ ତେବେ ମହିଳାଙ୍କୁ ମାରି ତାଙ୍କ ଶବକୁ ନେଇ ବିବାହ କରାଯାଏ।

ରିପୋର୍ଟ ଅନୁସାରେ ଚୀନରେ ୨୦୧୪ରେ ହୋଇଥିବା ଜନଗଣନା ରୁ ସୂଚନା ମିଳିଥିଲା ଯେ ୧୧୫.୯ ପୁରୁଷଙ୍କ ଶବ ମଧ୍ୟରେ କେବଳ ୧୦୦ ମହିଳାଙ୍କ ଶବ ଥିଲା। ପୁଅ ଜନ୍ମ ପାଇଁ ଝିଅଙ୍କୁ ଗର୍ଭରେ ନଷ୍ଟ କରାଯାଉଥିଲା। ତେଣୁ ଏହା ବି ଏକ ମୁଖ୍ୟ କାରଣ ଘୋଷ୍ଟ ମ୍ୟାରେଜ ପାଇଁ ଝିଅଙ୍କ ଶବ ମିଳୁନାହିଁ। ଏହି କାରଣରୁ ଝିଅଙ୍କ ଶବକୁ ମଧ୍ୟ କବରରୁ ଚୋରି କରିନେଉଛନ୍ତି। ଏମିତିକି ଶବର ବିକ୍ରି ମଧ୍ୟ କରାଯାଉଛି। ଜଣକା ପ୍ରତି ୫ ଲକ୍ଷ ଟଙ୍କା। ମୋଟା ଅଙ୍କର ରୋଜଗାର ପାଇଁ ଏଠାରେ ଝିଅଙ୍କ ୁ ମାରି ମଧ୍ୟ ଦିଆଯାଏ । ଏହା ଅଧିକାଂଶ ଶେଙ୍ଗରେଜି ପ୍ରାନ୍ତରେ ହୋଇଥାଏ। ସେଠାରେ କୋଇଲା ଖଣି ରହିଛି ।ଆଉ ସେଠାରେ ଅନେକ ପୁଅ କାମ କରୁଥିବା ସମୟରେ ପୋତି ହୋଇ ମରିଯାନ୍ତି ।ସେମାନଙ୍କ ଆତ୍ମାକୁ ଶାନ୍ତି ଦେବାପାଇଁ ଝିଅଙ୍କ ଶବଙ୍କୁ ନିଆଯାଇ ବିବାହ କରାଯାଏ।

Leave A Reply

Your email address will not be published.