Below header

ଆରମ୍ଭ ହେଲା ଭୋଟ୍ ଗଣତି : ଗଣା ଚାଲିଛି ଦେଶର ଭାଗ୍ୟ

ବର୍ତ୍ତମାନ ପର୍ଯ୍ଯନ୍ତ ୧୨୧ ସିଟ୍ ଆଗୁଆ ରହିଛି ଏନଡିଏ

ଆରମ୍ଭ ହୋଇଛି ଭୋଟ ଗଣତି । ଖୋଲୁଛି ରାଜନେତାଙ୍କ ଭାଗ୍ୟ। ଦେଶବାସୀଙ୍କ ନଜର କଣ ହେବ ପରିଣତି। ରାଜ୍ୟରେ ୨୧ଟି ଲୋକସଭା ଆସନ ଓ ୧୪୬ ବିଧାନସଭା ଆସନର କାଉଣ୍ଟିଂ ପାଇଁ ସମୁଦାୟ ୬୩ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି । ଗୋଟିଏ ଭୋଟ ଗଣତି କେନ୍ଦ୍ରରେ ରହିଛି ୩ଟି କାଉଣ୍ଟିଂ ହଲ୍ । ଗୋଟିଏ ଲେଖାଏଁ ଟେବୁଲ ଉଭୟ ବିଧାନସଭା ଓ ଲୋକସଭା ପାଇଁ କରାଯାଇଥିବା ବେଳେ ଆଉ ଗୋଟିଏ ସେଣ୍ଟ୍ରାଲ ଟେବୁଲ କରାଯାଇଛି। ଗଣତିରେ ୬୭ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଓଡ଼ିଶାରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ଭୋଟ ଗଣତିକୁ ଆଖିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଅଧିକ ୪୧୧ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ କରାଯାଇଛି।

ବର୍ତ୍ତମାନ ପର‌୍ୟ୍ୟନ୍ତ ୧୨୧ ସିଟ ଆଗରେ ଏନଡିଏ ରହିଥିବା ବେଳେ ୪୩ରେ ୟୁପିଏ ଏବଂ ଅନ୍ୟପ୍ରାର୍ଥୀ ରହିଛନ୍ତି ୩୭ ସିଟରେ। ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନଜର ରଖିଛି ସିସିଟିଭି କ୍ୟାମେରା । ପ୍ରତି ଭୋଟ ଗଣତି କେନ୍ଦ୍ରରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.