ରିଲ୍ ରେ ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇପାରୁଛି ରିୟଲ୍ ରେ କାହିଁକି ହେବି ସାଂସଦ: ବିବେକ ଓବରଏ

ମୁମ୍ବାଇ: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଅନେକ ବାଦ ବିବାଦ ଦେଖା ଯାଇଥିଲା। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ବିବେକ ଓବରଏ ମୋଦିଙ୍କର କେତେ ବଡ଼ ସମର୍ଥକ ତାହା ଜଣା ପଡ଼ିଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ଼ ସମର୍ଥକ ହୋଇ ମଧ୍ୟ ତାଙ୍କର ରାଜନୀତିରେ ଯୋଗ ଦେବାର କୌଣସି ଇଛା ନାହିଁ ବୋଲି କହି ସାରିଛନ୍ତି ବିବେକ। ତାଙ୍କ କହିବା ଅନୁଯାୟୀ ୨୦୦୪ରେ ତାଙ୍କୁ ଆଞ୍ଚଳିକ ଏବଂ ଜାତୀୟ ଦଳ ତରଫରୁ ସାଂସଦ ଟିକେଟ ଅଫର କରାଯାଇଥିଲା। କିନ୍ତୁ ସେ ତାଙ୍କୁ ସ୍ବୀକାର କରିନଥିଲେ। ଯଦି ଆପଣ ସ୍କ୍ରିନରେ ପ୍ରଧାନମନ୍ତ୍ରୀ ହୋଇ ପାରୁଛନ୍ତି ତେବେ ଅସଲରେ ସାଂସଦ ହେବାକୁ କିଏ ଚାହିଁବ ବୋଲି କହିଥିଲେ ବିବେକ। ଏହା ମଧ୍ୟରେ ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ଅପ୍ରେଲ ୧୧ରେ ରିଲିଜ୍ ହେବାକୁ ଥିବା ବେଳେ ନିର୍ବାଚନକୁ ଆଖି ଆଗରେ ରଖି ଏହାକୁ ମେ ୨୪କୁ ଘୁଞ୍ଚାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.