Below header

ଏହି ମନ୍ଦିରରେ ପୂଜା ପାଇଥାନ୍ତି ୩୩ କୋଟି ଦେବା-ଦେବୀ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଭାରତର ବିଭିନ୍ନ ସ୍ଥାନରେ ଅନେକ ଧାର୍ମିକ ସ୍ଥଳ ରହିଛି। ଏହି ମନ୍ଦିର ମାନଙ୍କ ମଧ୍ୟରେ ଜମ୍ମୁର ରଘୁନାଥ ମନ୍ଦିର ପ୍ରସିଦ୍ଧ। ଏହି ମନ୍ଦିର ଜମ୍ମୁର ମଧ୍ୟ ଭାଗରେ ଅବସ୍ଥିତ। ଏହି ମନ୍ଦିରରେ ଏକା ସାଥିରେ ୩୩ କୋଟି ଦେବା, ଦେବୀଙ୍କର ଦର୍ଶନ ମିଳିଥାଏ। ଭଗବାନ ରାମଙ୍କୁ ସମର୍ପିତ କରାଯାଇ ଏହିମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଦର୍ଶନ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଭାରତର ପ୍ରମୁଖ ମନ୍ଦିର ମଧ୍ୟରେ ୧୮୫୭ ମସିହାରେ ମହାରାଜା ରଣବୀର ସିଂହ ଏବଂ ତାଙ୍କ ପିତାଙ୍କ ଦ୍ବାରା ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ମଧ୍ୟରେ ୭ଟି ଧାର୍ମିକ ସ୍ଥଳ ରହିଛି। ଏହା ବ୍ୟତୀତ ମନ୍ଦିର ଭିତରର ଅନେକ ସ୍ଥାନରେ ମଧ୍ୟ ସୁନା ଲଗାଯାଇଛି।

templeଏହି ମନ୍ଦିରର ବାହାରେ ୫ଟି କଳସ ରହିଛି। ଏଠାରେ ଭଗବାନ ରାମ, ସୀତା ଏବଂ ଲକ୍ଷ୍ମଣଙ୍କର ବିଶାଳ ମୂର୍ତ୍ତି ଅବସ୍ଥିତ। ରାମାୟଣ ଏବଂ ମହାଭାରତ ସମୟରେ ଏଠାରେ ଅନେକ ମୂର୍ତ୍ତି ସ୍ଥାପନା କରାଯାଇଛି। ଏହା ବ୍ୟତୀତ ଏହି ସ୍ଥାନରେ ଏପରି ଏକ ଯାଗା ରହିଛି ଯେଉଁଠାରେ ଏକା ସାଥିରେ ରାମେଶ୍ବର, ଦ୍ବାରିକାଧୀଷ, ବଦ୍ରିନାଥ ଏବଂ କେଦାରନାଥ ଭଳି ଚାରି ଧାମର ଦର୍ଶନ ମିଳିଥାଏ। ଏହି ମନ୍ଦିରର ଏକ କକ୍ଷର ଭଗବାନ ସତ୍ୟନାରାୟଣଙ୍କ ମନ୍ଦିର ମଧ୍ୟ ଅବସ୍ଥିତ। ବର୍ଷକ ବାର ଏହି ମନ୍ଦିରରେ ଦର୍ଶନ ମିଳିଥାଏ।

raghunath-templeଏହି ମନ୍ଦିର ନିର୍ମାଣ ସମ୍ପର୍କରେ ଅନେକ ଗୁପ୍ତ ରହସ୍ୟ ରହିଛି। କୁହାଯାଇଥାଏ ମହାରାଜା ଗୁଲାବ ସିଂହଙ୍କୁ ବୈରାଗୀ ରବିଦାସ ଏହି ମନ୍ଦିରର ନିର୍ମାଣ କରିବା ପାଇଁ ଉପଦେଶ ଦେଇଥିଲେ। ମହାରାଜା ଗୁଲାବ ସିଂହ ମହାରାଜା ରଣବୀର ସିଂହଙ୍କ ପିତା ଥିଲେ। ଏହା ବ୍ୟତୀତ ବୈରାଗୀ ରବିଦାସଙ୍କ ମହାରାଜା ଗୁଲାବ ସିଂହ ରାଜା ହେବାର ଭବିଷ୍ୟବାଣୀ ମଧ୍ୟ ସତ୍ୟ ପ୍ରମାଣିତ ହୋଇଥିଲା। ରାମଦାସ ବୈରାଗୀ ଭଗବାନ ରାମଙ୍କ ଭକ୍ତ ଥିଲେ। ସେ ଭଗବାନ ରାମଙ୍କ ପ୍ରଚାର ପାଇଁ ଅଯୋଧ୍ୟାରୁ ଜମ୍ମୁ ଆସିଥିଲେ। ଏହା ପୂର୍ବରୁ ରାମଦଟ ଜମ୍ମୁର ସିମ୍ବଲୀରେ ରହୁଥିଲେ, ଯେଉଁଠାରେ ସେ ପ୍ରଥମେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.