Below header

ରାଜଧାନୀର ଏହି ସ୍ଥାନ ଗୁଡିକରେ ଏଲଇଡି ଜରିଆରେ ହେଉଛି ଲାଇଭ ମତଗଣନା , ଜାଣନ୍ତୁ କେଉଁଠି ?

ଭୁବନେଶ୍ବର(କେନ୍ଯୁଜ୍) : ଆରମ୍ଭ ହୋଇଛି ଭୋଟ ଗଣତି ବଢ଼ିଛି ରାଜନେତାଙ୍କ ହୃତସ୍ପନ୍ଦନ । ସାଧାରଣ ନିର୍ବାଚନର ଭୋଟ୍ ଗଣତି ହେବାକୁ ଥିବାବେଳେ ଏହାକୁ ଯେପରି ରାଜଧାନୀବାସୀ ବିଭିନ୍ନ ସ୍ଥାନରେ ଦେଖିପାରିବେ ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବିଡିଏ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏନେଇ ରାଜଧାନୀର ୫ଟି ସ୍ଥାନରେ ବଡ଼ ଏଲଇଡି ପରଦା ଲଗାଯାଇଥିବା ବେଳେ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏଠାରେ ଗଣତିର ଲାଇଭ୍ ଚିତ୍ର ଦେଖିବାକୁ ମିଳିବ। ଏପରିକି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇଁ ସେଠାରେ ଜନସାଧାରଣଙ୍କ ପାଇଁ ପିଇବା ପାଣି ଏବଂ ଯେପରି ଦର୍ଶକଙ୍କ ଉପରେ ଖରା ନପଡ଼ିବ ସେଥିପାଇଁ ଏଠାରେ ଟେଣ୍ଟ ବ୍ଯବସ୍ଥା କରାଯାଇଛି ।

କେଉଁଠାରେ ଲାଗିଛି ଏଲଇଡି :

କଳ୍ପନା ଛକ, କଳିଙ୍ଗ ହସ୍ପିଟାଲ ଛକ, ରୁପାଲି ଛକ ଏବଂ ଲିଙ୍ଗରାଜ ମନ୍ଦିର ନିକଟରେ ବଡ଼ ବଡ଼ ପରଦାରେ ଲୋକମାନେ ଗଣତି ଦୃଶ୍ୟ ଦେଖିବା ସହ ନିର୍ବାଚନର ଅପ୍ ଟୁ ଡେଟ୍ ତଥ୍ୟ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.