ମୌସୁମୀ ଅନୁଯାୟୀ ଶରୀରକୁ ଥଣ୍ଡା ଗରମ ରଖିବାକୁ ତିଆରି ହେଲା ଡିଭାଇସ, ଏମିତି କରିବ କାମ

ଆମେରିକାର ବୈଜ୍ଞାନିକ ଏମିତି ଏକ ପଟ୍ଟି ଉଦ୍ଭାବନ କରିଛନ୍ତି ଯାହାକୁ ପିନ୍ଧିଲେ ମୌସୁମୀ ଅନୁସାରେ ଶରୀରକୁ ଥଣ୍ଡା ଏବଂ ଗରମ ରଖି ହେବ । ଏହାକୁ ହାତରେ ବାନ୍ଧି ହେବ ସହଜରେ ଚାଲବୁଲା ମଧ୍ୟ କରିହେବ । ଏହି ପଟ୍ଟିକୁ ଅମେରିକାର ସୈନ ଟିଆଗୋ ୟୁନିଭର୍ସିଟିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି ।


ଗବେଷକଙ୍କ କହିବ ମୁତାବକ ଏହି ପଟ୍ଟିଟି ବହୁତ କୋମଳ କପଡାର ହୋଇଥିବାରୁ ଏହାକୁ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ  ପିନ୍ଧାଯାଇ ପାରିବ। ଏହି କପଡାରେ ଏମିତି ବିଶେଷ ପ୍ରକାର ବ୍ୟାଟେରୀ ଲଗା ଯାଇଛି ଯାହା କପଡାକୁ ଭିଡିଲେ ମଧ୍ୟ ବ୍ୟାଟେରୀର କୌଣସି ଅସୁବିଧା ହୋଇନଥାଏ । ଏହି ଡିଭାଇସର ମୂଲ୍ୟ ଏୟାର କଣ୍ଡିସନ ଠାରୁ କମ ମୂଲ୍ୟରେ ମଳି ପାରିବ ବୋଲି ଗବେଷକ କହିଛନ୍ତି । ଗବେଷକ ସାଙ୍ଗକି ହାଙ୍ଗଙ୍କ କହିବା କଥା ହେଲା, ଶରୀରର ଯେଉଁ ଅଂଶ ଥଣ୍ଡା କରିବାକୁ ଚାହୁଁଛନ୍ତି ସେହି ଜାଗାରେ ଏହି ପଟ୍ଟିକୁ ରଖି ପାରିବେ ନଚେତ ବାନ୍ଧି ପାରିବେ । ଯେମିତିକି ପିଠି, ବେକ, ପାଦ ଓ ହାତରେ ରଖି ପାରିବେ । ଗବେଷକମାନେ ଏମିତି ଅନେକ ପଟ୍ଟିକୁ ମିଶାଇ କପାଡା ତିଆରି କରିବାର ଉଦ୍ୟମ ଜାରି ରଖିଛନ୍ତି । ଯାହାକୁ ପିନ୍ଧା ଯାଇପାରିବ ଓ ପୂରା ଶରୀରକୁ ଥଣ୍ଡା ରଖା ଯାଇପାରିବ ।

ଏହି ପଟ୍ଟି ଏମିତି ଜାଗାରେ ଭଲ କାମ ଦେଇଥାଏ ଯେଉଁଠାରେ ତାପମାନ ପରିବର୍ତ୍ତନ ହେଉଥାଏ । ସେ ପ୍ରବଳ ଥଣ୍ଡା ହେଉ କିମ୍ବା ପ୍ରବଳ ଗରମ, ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ଗବେଷଣା ଅନୁସାରେ,ଏହି ପଟ୍ଟିକୁ ଥର୍ମୋ ଇଲେକ୍ଟ୍ରିକ ମେଟରିଆଲରେ ତିଆରି କରାଯାଇଛି । ଏହା ବିଦ୍ୟୁତ ସାହାଯ୍ୟରେ ତାପମାନ କମାଇବା ଓ ବଢ଼ାଇବା ଆଦିରେ ସହାୟକ ହୋଇଥାଏ ।

Leave A Reply

Your email address will not be published.