Below header

ଆଉ କିଛି ସମୟରେ ପରେ ହେବ ଫଇସଲା ,କଣ ହେବ ଓଡିଶାର ଭବିଷ୍ଯତ ?

ଭୁବନେଶ୍ବର(କେନ୍ଯୁଜ୍) :ବିଭିନ୍ନ ସଂସ୍ଥା ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଧିକ ଲୋକସଭା ଆସନ ପାଇବ ବିଜେଡି । ତେବେ ୨୦୧୪ ତୁଳନାରେ କମିପାରେ ସଂଖ୍ୟା । ଫାଇଦାରେ ରହିବ ବିଜେପି । କଂଗ୍ରେସ ପୁଣି ନିରାଶ ହେବାକୁ ପଡ଼ିବ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ NEWS 18-IPSOSର ରିପୋର୍ଟ ଅନୁସାରେ ବିଜେଡିକୁ ମିଳିବ ୧୨ରୁ ୧୪ଟି ଆସନ । ବିଜେପି ପାଇବ ୬ରୁ୮ ଆସନ । ସେହିପରି କଂଗ୍ରେସ ୧ରୁ ୨ ଆସନ ଜିତିପାରେ ।

REPUBLIC TV ଏଗଜିଟ ପୋଲ ରିପୋର୍ଟ ଅନୁସାରେ ବିଜେଡି -୧୧, ବିଜେପି ୧୦ଟି ଆସନରେ ଜିତିପାରନ୍ତି, କଂଗ୍ରେସ ଏଠାରେ ଖାତା ଖୋଲିପାରିବ ନାହିଁ ।

TIMES NOWର ଏଗଜିଟ ପୋଲ କହୁଛି ରାଜ୍ୟରେ ବିଜେଡିକୁ ୦୮ ଆସନ ମିଳିପାରେ । ସେହିପରି ବିଜେପି ୧୨ ଓ କଂଗ୍ରେସ ଗୋଟିଏ ଆସନରେ ଜିିତିବ ।

ABP NEWSର ଆକଳନ ଅନୁସାରେ ବିଜେଡି ୧୨ ଓ ବିଜେପି ୯ଟି ଲୋକସଭା ଆସନ ପାଇପାରେ ।

INDIA TV ଅନୁସାରେ ବିଜେଡି ୧୫ ଓ ବିଜେପି ୦୬ ଆସନ ପାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.