Below header

ଇଭିଏମ ଖୋଲିବ ନେତାଙ୍କ ଭାଗ୍ୟ, ସରିଲା କାଉଣ୍ଟଡାଉନ ଏବେ ଆରମ୍ଭ କାଉଣ୍ଟିଂ

ଆଉ ମାତ୍ର କିଛି ସେକେଣ୍ଡର ଅପେକ୍ଷାର ଅପେକ୍ଷା। ସ୍ପଷ୍ଟ ହୋଇଯିବ କିଏ ଗଢିବ ସରକାର। ଜଣା ପଡିବ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ କି? ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ କିି? ଏନ୍‌ଡିଏକୁ ବହୁମତ ମିଳିବ? ନା ଏକ ଝୁଲା ସରକାର ଗଠନ ପାଇଁ ଆସିବ ମତ? ଉତ୍ତରପ୍ରଦେଶରେ ମହାମେଣ୍ଟର ଭାଗ୍ୟ କଣ ହେବ? ମାୟା ଅଖିଳେଶ ସଫଳ ହେବେ? କେତେ ସଫଳ ହେବେ ଆଞ୍ଚଳିକ ଦଳ? ପଶ୍ଚିମବଙ୍ଗରେ ଦିଦି-ମୋଦିଙ୍କ ଲଢେଇରେ କିଏ ବାଜି ମାରିବ? ବିଜେଡି, ଟିଆରଏସ୍‌, ୱାଇଏସ୍‌ଆର କଂଗ୍ରେସ କେତେ ଆସନ  ପାଇବେ? କଂଗ୍ରେସ ନିଜ ସ୍ଥିତି ସୁଧାରି ପାରିବ ନା ନାହିଁ? ଗଣତନ୍ତ୍ରର ମହାପର୍ବରେ ପ୍ରାର୍ଥୀ ଯେଉଁ ପରୀକ୍ଷା  ଦେଇଛନ୍ତି  କାଲି ଆସିବ ଫଳାଫଳ।…ଏକ୍‌ଜିଟ୍‌ ପୋଲକୁ ନେଇ ବିଜେପି ଉତ୍ସାହିତ ଅଛନ୍ତି। ବିରୋଧୀ କିନ୍ତୁ ଆଶା ଓ ଅପେକ୍ଷାରେ ଅଛନ୍ତି। ଦେଶବାସୀ ମଧ୍ୟ ଅପେକ୍ଷା କରିଛନ୍ତି, କିଏ ଗଢିବ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.