Below header

୨୪ ଘଣ୍ଟାରୁ କମ୍ ସମୟ ରହିଲା ଭୋଟ ଗଣତି, ଫଳାଫଳ ନେଇ ବଢୁଛି ପ୍ରାର୍ଥୀଙ୍କ ଉତ୍କଣ୍ଠା

ଭୁବନେଶ୍ବର (କେନ୍ୟୁଜ୍) : ୨୪ ଘଣ୍ଟାରୁ କମ୍ ସମୟ ରହିଲା। ୨୩ ତାରିଖ ରେଜଲ୍ଟ ଡେ। ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ଭୋଟଗଣତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ରାଜ୍ୟରେ ସମୁଦାୟ ୬୩ଟି ଭୋଟ ଗଣତି କେନ୍ଦ୍ର ହୋଇଛି । ଏଥିପାଇଁ ୬୭ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି । ନିୟମ ଅନୁସାରେ ଗୋଟିଏ କେନ୍ଦ୍ରରେ ୧୪ଟି ଟେବୁଲ ରହିବ । ଓଡ଼ିଶାରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ଭୋଟ ଗଣତିକୁ ଆଖିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଅଧିକ ୪୧୧ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ସକାଳୁ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ଓ ଅଧଘଣ୍ଟା ପରେ ଇଭିଏମ୍ କାଉଣ୍ଟିଂ ଆରମ୍ଭ ହେବ । ଗୋଟିଏ ଭୋଟ ଗଣତି କେନ୍ଦ୍ରରେ ୩ଟି ଗଣତି ହଲ୍ ରହିବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ମୁତୟନ ହେବେ ପୋଲିସ ଅଧିକାରୀ ଓ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.