ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନୀ

ପୁରୀ(କେନ୍ୟୁଜ୍) : ସାଧାରଣ ନିର୍ବାଚନରେ ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନୀ ଆୟୋଜିତ। ରାଜ୍ୟପାଳ ଗଣେଶୀଲାଲ ଏହାକୁ ଉଦଘାଟନ କରି ବୁଲି ଦେଖିଛନ୍ତି। ଏକ ସମୃଦ୍ଧ ଭାରତ ନିର୍ମାଣ ପାଇଁ ସମସ୍ତ ନାଗରିକ ଭୋଟ ଦେବା ଆବଶ୍ୟକ ବୋଲି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଏଭଳି କୃତି ନିର୍ମାଣ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ରାଜ୍ୟପାଳ।

Leave A Reply

Your email address will not be published.