ରାଜ୍ୟର ପ୍ରମୁଖ ନଦୀ ମାନଙ୍କରେ କମୁଛି ଜଳସ୍ତର, ଏସଆରସିଙ୍କ ଅଶ୍ବସ୍ତିକର ସୂଚନା

ଭୁବନେଶ୍ୱର: ମହାନଦୀ ବନ୍ୟା ପରିସ୍ଥିତିକୁ ନେଇ ଏକ ଅଶ୍ୱସ୍ଥିକର ଖବର ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶିନର ପ୍ରଦୀପ ଜେନା । ଏସଆରସିଙ୍କ ସୂଚନା ଅନୁଯାୟୀ ଆଜି ଭୋର ୪ଟା ସମୟରୁ ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି । ନିଜେ ଟ୍ୱିଟ କରି ସେ ଏବାବଦରେ ସୂଚନା ଦେଇଥିବା ବେଳେ ଆଗକୁ ଏହି ସ୍ତର ଆହୁରି କମିବା ନେଇ ଆଶା କରାଯାଉଥିବା ନେଇ ସେ ଲେଖିଛନ୍ତି । ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗତକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର ୪୬ ଟି ଗେଟ ଖୋଲା ଯାଇଥିବା ବେଳେ ମୁଣ୍ଡୁଳି ଠାରେ ଵନ୍ୟଜଳ ମଧ୍ୟ ପହଂଚି ଯାଇଛି ।

ହିସାବରୁ ଜଣାଯାଇଛିଯେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡୁଳି ଦେଇ ପ୍ରବାହିତ ହେବ । ବର୍ତ୍ତମାନ ସମୟରେ ପାଖାପାଖି ସାଢ଼େ ୯ ଲକ୍ଷ କ୍ୟୁସେକ ଜଳ ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି । ସୋମବାର ଅପରାହ୍ନ ପର୍ଯ୍ୟନ୍ତ ମୁଣ୍ଡଳୀରେ ଏହି ସ୍ଥିତି ଜାରି ରହିପାରିବାର ଆଶଙ୍କା କରାଯାଉଛି । ମହାନଦୀ ବ୍ୟତୀତ ଆଜି ସକାଳ ସୁଦ୍ଧା ଅନ୍ୟ ପ୍ରମୁଖ ନଦୀ ବ୍ରାହ୍ମଣୀ, ବୈତରିଣୀର ଜଳ ସ୍ତର କମି ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଏସଆରସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.