ଘଣ୍ଟାକ ବର୍ଷାରେ ବୁଡ଼ିଗଲା ରାଜଧାନୀ, ଇସ୍କନ ରାସ୍ତାରେ ଛାତିଏ ପାଣି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଘଣ୍ଟାକର ବର୍ଷାରେ ବେହାଲ ହେଲା ରାଜଧାନୀ । ଆଜି ସକାଳ ୧୦ଟା ବେଳୁ ଆରମ୍ଭ ହୋଇଥିଲା ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା । ପ୍ରାୟ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା ଲଗାଣ ବର୍ଷା । ଯେଉଁଥିରେ ସବୁବେଳେ ପାଣିରେ ବୁଡୁଥିବା ଇସ୍କନ ମନ୍ଦର ପାଖ, ସିଆରପିରୁ ଫାୟାର ଷ୍ଟେସନ୍‌, ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍‌ ଆଦି ରାସ୍ତା ପାଣିରେ ବୁଡ଼ି ଯାଇଥିଲା । ଇସ୍କନ ପାଖରେ ଚାଲୁଥିଲା ଛାତିଏ ପାଣି । ଆଜି ଜନ୍ମାଷ୍ଟମୀ ଥିବାରୁ ମନ୍ଦିରରେ ଭକ୍ତଙ୍କ ଗହଳିଥିଲା । ହେଲେ ଭକ୍ତମାନଙ୍କୁ ସେଇ ଅପରିସ୍କାର ନର୍ଦ୍ଦମା ପାଣି ଭିତରେ ପଶି ମନ୍ଦିରକୁ ଯିବାର ଦେଖାଯାଇଥିଲା ।

BBSR RAIN-1
ଏହି ବର୍ଷା ବେଳେ ସହରର ଅନେକ ଜାଗାରେ ଟ୍ରାଫିକ୍‌ ଚଳାଚଳ ବନ୍ଦ ହୋଇ ଯାଇଥିଲା । କାରଣ ବର୍ଷା ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଥିଲା । ବାଇକ୍‌ କଣ କାର ଏବଂ ବଡ଼ ଯାନବାହନ ମଧ୍ୟ ଯିବା ସମ୍ଭବ ନଥିଲା । ବର୍ଷା ଛାଡ଼ିବାର ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଜମି ରହିଥିଲା । ବିଭିନ୍ନ ଜାଗାରେ ଅଟକି ରହିଥିବା ଲୋକେ ଅନେକ ସମୟ ଅପେକ୍ଷା କରିଥିଲେ କିମ୍ବା ଅନ୍ୟ ରାସ୍ତାରେ ଯାତାୟାତ କରିଥିଲେ । ଅଶୋକ ନଗର ଅଞ୍ଚଳରେ ଲୋକେ ଡିଭାଇଡର କାଟି ପାଣି ନିଷ୍କାସନ କରିଥିଲେ । ଯାହା ରାଜଧାନୀର ଡ୍ରେନେଜ୍‌ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସ୍ପଷ୍ଟ କରୁଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.