Below header

ତୁମୁଡ଼ିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ପାଳନ ହେଉଛି ପବିତ୍ର ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ

କନ୍ଧମାଳ(କେନ୍ୟୁଜ୍): ଆଜି ପବିତ୍ର ଜନ୍ମାଷ୍ଟମୀ । ତୁମୁଡ଼ିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ପାଳନ ହେଉଛି ଜନ୍ମାଷ୍ଟାମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଆଶ୍ରମରେ ଶାନ୍ତି ଶୋଭାଯାତ୍ରା, ହୋମଯଜ୍ଞ, ଓ ସତସଙ୍ଗର ଆୟୋଜନ କରାଯାଇଛି। ଜନ୍ମାଷ୍ଟମୀ ପାଇଁ କନ୍ଧମାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ ସହ ସମ୍ବେଦନଶୀଳ ସ୍ଥାନରେ ବ୍ଲକିଂ କରିଛି ପୋଲିସ । ଜିଲ୍ଲାକୁ ପ୍ରବେଶ କରୁଥିବା ବିଭିନ୍ନ ଗାଡିକୁ ଚେକିଂ କରାଯାଇ ଛଡାଯାଉଛି। କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ପାଇଁ ୧୨ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆଜି ବିଶ୍ୱହିନ୍ଦୁ ପରିଷଦ ଓ ଶ୍ରଦ୍ଧାଞ୍ଜଳି କମିଟି ଜନ୍ମାଷ୍ଟମୀକୁ ବଳିଦାନ ଦିବସ ଭାବେ ପାଳନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.