୪୫ ତମ World Skill Kazan Competition, ଅଂଶଗ୍ରହଣ କରିଛନ୍ତି ୬୦ଟି ଦେଶର ପ୍ରତିଯୋଗୀ

ରୁଷ: ରୁଷର କଜାନ ସହରରେ ଆରମ୍ଭ ହୋଇଛି ୪୫ ତମ World Skill Competition । ଏଥିରେ ୬୦ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ୪୮ ଜଣିଆ ଟିମ୍ରେ ଓଡ଼ିଶାର ୩ ପ୍ରତିଯୋଗୀ ଅବିନାଶ ସ୍ୱାଇଁ, ଜେନୋଫୋନ୍ ଦାସ ଓ ଏସ୍. ଏ. ନାରାୟଣ ଅଛନ୍ତି । ୫୬ଟି ଦକ୍ଷତା ବର୍ଗରେ ପ୍ରତିଯୋଗିତା ହେବାକୁ ଥିବା ବେଳେ ଭାରତ ୪୪ଟି ବିଭାଗରେ ପ୍ରତିଯୋଗିତା କରିବ।
ଗତଥର ଭାରତ ଗୋଟିଏ ସିଲଭର ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଚଳିତ ବର୍ଷ ଏକାଧିକ ଗୋଲ୍ଡ ଜିତିବା ପାଇଁ ଆଶା ରଖିଛି । କଜାନ ଆରିନା ଷ୍ଟାଡିୟମ୍ରେ ଆୟୋଜିତ ଓପନିଂ ସେରିମନିରେ ଏକ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିଯାଗୀଙ୍କୁ ସ୍ୱାଗତ କରାଯାଇଥିଲା । ରୁଷ ପ୍ରଧାନମନ୍ତ୍ରୀ ଦିମିତ୍ରି ମେଡଭେଡେଭ୍ ପ୍ରତିଯୋଗୀଙ୍କୁ ସ୍ୱାଗତ କରିଥିଲେ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ ।