Below header

ସୁନ୍ଦରଗଡ଼ରେ ଉତ୍କଟ ଜଳସମସ୍ୟା, ବର୍ଷା ଅଭାବରୁ ମରୁଭୂମି ପାଲଟିଛି ଇବ୍‌ ନଦୀ

ସୁନ୍ଦରଗଡ଼ର(କେନ୍ୟୁଜ୍): ଖରା ସରି ବର୍ଷା ଦିନ ଆସିଲାଣି । ହେଲେ ଏବେ ବି ମୁନ୍ଦାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ସୁନ୍ଦରଗଡ଼ର ଲୋକେ । ସୁନ୍ଦରଗଡ଼ର ଜୀବନ ରେଖା କୁହାଯାଉଥିବା ଇବ୍‌ ନଦୀ ଏବେ ବର୍ଷା ଅଭାବରୁ ଶୁଖିଲା ପଡ଼ିଛି । ଫଳରେ ସହରର ୧୯ଟି ୱାର୍ଡରେ ବସବାସ କରୁଥିବା ୫୪ ହଜାରରୁ ଅଧିକ ଲୋକ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି । ପ୍ରତିଦିନ ୮.୪୩ ମିଲିୟନ ଲିଟର ପାଣି ଆବଶ୍ୟକତା ଥିବା ବେଳେ ମହାଦେବ ପଡ଼ା ଓ ରାଣିବଗିଚା ନିକଟସ୍ଥ ସତନା ଦରହା ନିକଟରୁ କୃତ୍ରିମ ଗଡ଼ିଆ କରି ମାତ୍ର ୫.୩୯ ମିଲିୟନ ଲିଟର ପାଣି ସଂଗ୍ରହ ହୋଇପାରୁଛି । ତେବେ ଯେଉଁ ପାଣି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରେ ଘରେ ପହଞ୍ଚା ଯାଉଛି ତାହା କେତେ ବିଶୁଦ୍ଧ, ତାକୁ ନେଇ ସନ୍ଦେହ ଉପଜିଛି ।

pondପ୍ରତିବର୍ଷ ସହରରେ ଏଭଳି ଜଳାଭାବ ଦେଖା ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପାଇଁ କାହିଁକି ସ୍ଥାୟୀ ପ୍ରତିକାର କରୁନାହିଁ ବୋଲି ସାଧାରଣରେ ଦାବି ଉଠିଛି । ସ୍ଥାନୀୟବାସିନ୍ଦାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସଦର ବିଧାୟିକା ଜିଲ୍ଲା ପ୍ରଶାସନକୁ ତାଗିଦ କରିବା ସହ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଛନ୍ତି । ସେପଟେ ସମସ୍ୟା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ପାଣିର ସୁଦ୍ଧତା ନେଇ ଆମେ ସଚେତନ । ସେଭଳି କୌଣସି ରୋଗ ବ୍ୟାପିବାର ସମ୍ଭାବନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.