ବ୍ରହ୍ମପୁରରେ ଜଳଯୋଗାଣ ବନ୍ଦ, ୩ ମାସର ବକେୟା ଦରମା ପାଇନଥିବାରୁ ଆନ୍ଦୋଳନରେ ଏଲ୍ ଏଣ୍ଡ ଟି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ଜଳଯୋଗାଣ ବନ୍ଦ । ୩ ମାସର ବକେୟା ଦରମା ପାଇନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏଲ୍ ଏଣ୍ଡ ଟି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ । କାର୍ଯ୍ୟବନ୍ଦ କରି ବ୍ରହ୍ମପୁର ସହରକୁ ପାନୀୟଜଳ ଯୋଗାଣ ବନ୍ଦ କରିଛନ୍ତି ।
ଏହାସହ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରଠାରେ ଥିବା ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଛନ୍ତି କମର୍ବଚାରୀ । ପୂର୍ବରୁ ଏଲ୍ ଏଣ୍ଡ ଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାର ପ୍ରତିବାଦରେ ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।